ଅଗଷ୍ଟ ୩୧ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା, ଘୋଷଣା ହେବ ନୂଆ ତାରିଖ...

ଅଗଷ୍ଟ ୩୧ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା, ଘୋଷଣା ହେବ ନୂଆ ତାରିଖ...


କଟକ,୨୧/୦୮ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ସ୍ଥଗିତ ରଖାଯାଇଛି। ଅନିବାର୍ଯ୍ୟ କାରଣରୁ ଓଟିଇଟି ପରୀକ୍ଷା ସ୍ଥଗିତ କରାଯାଇଥିବା ଦର୍ଶାଯାଇଛି।

      Ad..


ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷା ପାଇଁ ନୂଆ ତାରିଖ ‌ଖୁବ ଶୀଘ୍ର ଘୋଷଣା କରାଯିବ। ବାରମ୍ବାର ସ୍ବତନ୍ତ୍ର ଇଟିଇଟି ପରୀକ୍ଷା ସ୍ଥଗିତ ରଖାଯାଉଛି। ଥରେ ନୁହେଁ କି ଦୁଇ ଥର ନୁହେଁ। 

Ad..


ତିନି ଥର ତାରିଖ ଆସିଲା। ଚତୁର୍ଥ ଥର ପାଇଁ ନୂଆ ତାରିଖ ଘୋଷଣା ହେବ। ଯେଉଁମାନେ ଏହି ପରୀକ୍ଷାରେ ସାମିଲ ହେବେ ସେମାନେ ମଧ୍ୟ ଅଧୈର୍ଯ୍ୟ ହେଲେଣି। ପରୀକ୍ଷା‌ ନେଇ ଅନେକଙ୍କ ସନ୍ଦେହ ମଧ୍ୟ ଉପୁଜୁଛି। 

Ad..


ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପେପର-୧ ଓ ପେପର-୨ ପାଇଁ ୭୫ ହଜାର ଶିକ୍ଷକ ପରୀକ୍ଷା ଦେଇଥାନ୍ତେ। ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନେ ସେମାନଙ୍କର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ସାରିଥିଲେ। 

Ad..


ହଠାତ ସକାଳୁ ସକାଳୁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ଫଳରେ ପରୀକ୍ଷାର୍ଥୀମାନେ ନିରାଶ ହୋଇଥିଲେ। ଏହି ଦୁଇଟି ପେପରର ହାତଲେଖା ପ୍ରଶ୍ନ ଓ ତାହାର ଉତ୍ତର ସୋସିଆଲ ମିଡିଆରେ ଘୁରି ବୁଲିଥିବା ଅଭିଯୋଗ ହୋଇଥିଲା। 

Ad..


ଏହା ପରେ ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଥିଲା। ଗତ ୧ ତାରିଖ ଦିନ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଆସନ୍ତା ୩୧ ତାରିଖ ଦିନ ସ୍ପେଶାଲ ଓଟିଇଟି ପରୀକ୍ଷା ଦୁଇଟି ସିଟିଂରେ କରାଯିବ। 

ପ୍ରଥମ ସିଟିଂ ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍‌-୧ ପରୀକ୍ଷା ହେବ। ଏପରିକି ପୂର୍ବାହ୍ନ ୨ଟାରୁ ସାଢେ ୪ଟା ଯାଏ ପେପର୍‌-୨ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ଅଗଷ୍ଟ ୨୨ରୁ ୱେବସାଇଟ୍‌ରେ ପରୀକ୍ଷାର୍ଥୀ ନିଜ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। 





Edited by k.s thakur...

Post a Comment

Previous Post Next Post