ଶିକ୍ଷୟିତ୍ରୀ ଙ୍କୁ ବିଦାୟ ଦେଲେ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ...
ବରଗଡ଼,୨୧/୦୮(ବିଜୟ କୁମାର ସାହୁ): ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ର ଶିକ୍ଷୟିତ୍ରୀ ଦୀପିକା କୁଲୁ ଙ୍କୁ ନିଜ ଜିଲ୍ଲା ସୁନ୍ଦରଗଡ଼ ବଦଳି ହୋଇ ଥିବା ବେଳେ ତାଙ୍କୁ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
Ad..
ଏହି ଅବସର ରେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବିଦାୟ ସମ୍ବର୍ଧନା ସଭାରେ ଶିକ୍ଷୟିତ୍ରୀ ଦୀପିକା ଙ୍କ ବଦଳ ରେ ସୁନ୍ଦର୍ ଗଡ ଜିଲ୍ଲା ରୁ ଆସି ନୂତନ ଯୋଗ ଦାନ କରିଥିବା ଶିକ୍ଷୟିତ୍ରୀ ମିତା ସାହୁ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
Ad..
ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କପିଲ ବାଗ,ପୂର୍ବତନ ଶିକ୍ଷୟିତ୍ରୀ ମୀନା ପଣ୍ଡା ,ସତ୍ୟେନ୍ଦ୍ରୀୟ ଦେବତା ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷୟିତ୍ରୀ ଦୀପିକା ଙ୍କ ଗୁଣ ଗାନ କରିଥିବା ବେଳେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କୁ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଥିଲେ ବୋଲି ଅଭିହିତ କରିଥିଲେ।
Ad..
ବିଦାୟୀ ଶିକ୍ଷୟିତ୍ରୀ ଦୀପିକା ବରଗଡ଼ ଜିଲ୍ଲା ର ରାଣା ପ୍ରତାପ ସ୍କୁଲ ସବୁ ଦିନ ପାଇଁ ମନେ ରହିବ ବୋଲି ଉଲ୍ଲେଖ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Ad..
Ad..
Report : Bijay ku sahu
Edited by k.s thakur...






