୧୨ଟି ଏନଏସି ଘୋଷଣା ପରେ ତେଜୁଛି ଆନ୍ଦୋଳନ: ରାସ୍ତା ଅବରୋଧ, ଦୋକାନ ବଜାର ବନ୍ଦ...
ଭୁବନେଶ୍ବର,୨୨/୦୮ : ଓଡ଼ିଶାର ୭ଜିଲ୍ଲାରେ ୧୨ଟି ଏନଏସି ଘୋଷଣା ପରେ ତେଜୁଛି ଆନ୍ଦୋଳନ। ଏହି ଆନ୍ଦୋଳନରେ ଶାସକ ଓ ବିରୋଧୀ ଦଳ ସହ ବିଭିନ୍ନ ସଂଗଠନ ମଧ୍ୟ୍ୟ ସାମିଲ ହେଉଥିବାର ଦେଖିବାକୁ ମିଳୁଛି। ଜୋର ଧରିଛି ଏନଏସି ଦାବି।
Ad..
ଆଗରୁ କଟକର ସାଲେପୁର, ରାୟଗଡ଼ା ଜିଲ୍ଲାର ପଦ୍ମପୁର ଓ ବଲାଙ୍ଗୀର ଜିଲ୍ଲା ବେଲପଡ଼ାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି କରିବା ଦାବିରେ ବନ୍ଦ ପାଳନ ହୋଇସାରିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ବନ୍ଦ ପାଳନ କରାଯାଉଛି।
Ad..
ବେଗୁନିଆରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଜରୁରୀକାଳୀନ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିଛି। ତାଲିକାରେ ଥାଇ ମଧ୍ୟ ବେଗୁନିଆ ନାଁ ଡ୍ରାଫ୍ଟ ନୋଟିଫିକେସନରେ ନଥିବାକୁ ନେଇ ଆନ୍ଦୋଳନ କରିଛନ୍ତି ଲୋକେ ।
Ad..
ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି କରିବା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏଠାରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ୨୬ ଓ ୬୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି ।
Ad..
କଟକର ସାଲେପୁର, ରାୟଗଡ଼ା ଜିଲ୍ଲାର ପଦ୍ମପୁର ଓ ବଲାଙ୍ଗୀର ଜିଲ୍ଲା ବେଲପଡ଼ାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି କରିବା ଦାବିରେ ବନ୍ଦ ପାଳନ ହୋଇସାରିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ବନ୍ଦ ପାଳନ କରାଯାଉଛି।
Ad..
ବେଗୁନିଆରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜରୁରୀକାଳୀନ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିଛି। ତାଲିକାରେ ଥାଇ ମଧ୍ୟ ବେଗୁନିଆ ନାଁ ଡ୍ରାଫ୍ଟ ନୋଟିଫିକେସନରେ ନଥିବାକୁ ନେଇ ଆନ୍ଦୋଳନ କରିଛନ୍ତି ଲୋକେ।
ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମାକୁ ଏନଏସି କରିବା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏଠାରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ୨୬ ଓ ୬୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି।
ସୂଚନାଯୋଗ୍ୟ, ଆଗାମୀ ୩୧ ତାରିଖରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ୧୦ରୁ ଅଧିକ ଏନ୍ଏସି ଏବଂ ୨ରୁ ଅଧିକ ପୌରପାଳିକା ଭେଟିଦେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟରେ ନୂଆ ଏନ୍ଏସି ଏବଂ ଏନ୍ଏସିକୁ ପୌରପାଳିକାରେ ପରିଣତ କରିବା ନେଇ ଜିଲ୍ଲାପାଳମାନଙ୍କୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିଲା। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆମେ ଏନ୍ଓସି ପାଇଁ ଏହାକୁ ପଞ୍ଚାୟତିରାଜ ବିଭାଗକୁ ପଠାଇଥିଲୁ।
ପଞ୍ଚାୟତିରାଜ ବିଭାଗ ଏବେ ଏନ୍ଓସି ଦେଇଥିବାରୁ ଖୁବ୍ଶୀଘ୍ର ନୂଆ ଏନ୍ଏସି ଘୋଷଣା ହେବ। ସେହିପରି ଏନ୍ଏସିକୁ ପୌରପାଳିକାରେ ପରିଣତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଥିବାରୁ ଏହାକୁ ମଧ୍ୟ ଘୋଷଣା କରାଯିବ। ଏହାପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।






