ସମ୍ବଲପୁର ବଦଳରେ ବରଗଡ଼ ଜିଲ୍ଲା ରେ ହେଉ କୃଷି ବିଶ୍ବ ବିଦ୍ୟାଳୟ : ସାଂସଦ ପ୍ରଦୀପ ପୁରୋହିତ...

ସମ୍ବଲପୁର ବଦଳରେ ବରଗଡ଼ ଜିଲ୍ଲା ରେ ହେଉ କୃଷି ବିଶ୍ବ ବିଦ୍ୟାଳୟ : ସାଂସଦ ପ୍ରଦୀପ ପୁରୋହିତ...


ବରଗଡ଼,୨୧/୦୮ : ବରଗଡ଼ ଜିଲ୍ଲାରେ ସ୍ଥାପନ ହେଉ କୃଷି ବିଶ୍ୱବିଦ୍ୟାଳୟ । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂ ଚୌହାନଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଭେଟି ଦାବି ଜଣାଇଛନ୍ତି। 

Ad..


ଏହି ପ୍ରସ୍ତାବ ଉପରେ ଗମ୍ଭୀରତା ସହ ବିଚାର କରିବାକୁ କହିଛନ୍ତି ପ୍ରଦୀପ ପୁରୋହିତ। ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆବଶ୍ୟକ ସର୍ବେକ୍ଷଣ ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି ବରଗଡ଼ରେ ଏକ ସ୍ୱତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନା ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। 

        Ad..


ସାଂସଦ କହିଛନ୍ତି, ବରଗଡ଼ ଜିଲ୍ଲା କେବଳ ଓଡ଼ିଶା ନୁହେଁ ସାରା ଭାରତରେ ଧାନ ଉତ୍ପାଦନ ପରମ୍ପରା ପାଇଁ ବେଶ ଜଣାଶୁଣା । ରାଜ୍ୟର ଭାତହାଣ୍ଡି ବୋଲି ସାରା ଦେଶରେ ଖ୍ୟାତି ରହିଛି । ଏହି ଜିଲ୍ଲାର ପ୍ରାୟ ୯୦ ପ୍ରତିଶତ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି। 

Ad..


ବରଗଡ଼ର ଅର୍ଥବ୍ୟବସ୍ଥା କୃଷି ଆଧାରିତ। ଏହି କ୍ଷେତ୍ର ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ପାଇଁ ମଧ୍ୟ ଧାନଚାଷ ପ୍ରମୁଖ ଉତ୍ପାଦନ । ବରଗଡ଼ ଜିଲ୍ଲାରେ ହୀରାକୁଦ ଜଳସେଚନ ଯୋଜନା ମାଧ୍ୟମରେ ବ୍ୟାପକ ଜଳସେଚନ ସୁବିଧା ରହିଛି। ଯାହାଦ୍ୱାରା ଧାନ ଉତ୍ପାଦନ ପାଇଁ ନିରନ୍ତର ପ୍ରୋତ୍ସାହନ ମିଳିଥାଏ । 

Ad..


ଜିଲ୍ଲାରେ ପ୍ରାୟ ୨ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଥାଏ । ଯେଉଁଥିରୁ ୧.୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ଦ୍ୱାରା ଫସଲ ହୋଇଥାଏ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଏହାଛଡ଼ା କୃଷକଙ୍କ ପରିଶ୍ରମ ଓ ଆବଶ୍ୟକ ଜଳବ୍ୟବସ୍ଥାର ଉପଲବ୍ଧି ପାଇଁ ଏହି ଅଂଚଳକୁ ଓଡ଼ିଶାର ସର୍ବାଧିକ ଧାନ ଉତ୍ପାଦନ ଜିଲ୍ଲା ଭାବେ ପରିଗଣିତ ହେଉଛି । 

Ad..


ଗତ କିଛି ବର୍ଷର ପରିସଂଖ୍ୟାନ ଦେଖିଲେ ବରଗଡ଼ ଜିଲ୍ଲାରେ ପ୍ରତିବର୍ଷ ୧୦ରୁ ୧୨ ଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଧାନ ଉତ୍ପାଦନ ହେଉଛି। ୨୦୨୩-୨୪ ବର୍ଷରେ ୧୨.୫ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହୋଇଥିଲା। ଏଥିରୁ ଦର୍ଶାଉଛି ଯେ, ଜିଲ୍ଲାରେ କୃଷିର ଅପାର ସମ୍ଭାବନା ରହିଛି। 

କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନ ଏବଂ ଆଧୁନିକ ଜ୍ଞାନକୌଶଳ ଆଭବରୁ ଚାଷୀମାନେ ଏବେ ପାରମ୍ପରିକ ପଦ୍ଧତି ଉପରେ ନିର୍ଭର କରୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବରଗଡ଼ ସାଂସଦ। ଏସବୁକୁ ଦଅଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ଏକ ଆଧୁନିକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି। 

ଯାହାଦ୍ୱାରା ଜିଲ୍ଲାର ଚାଷୀଙ୍କୁ ପ୍ରଶିକ୍ଷଣ, କୃଷି କ୍ଷେତ୍ରରେ ଗୁଣବତ୍ତା ସୁଧାର ଦିଗରେ ଲାଭ ମିଳିପାରିବ। ଏହି ବିଶ୍ୱିବଦ୍ୟାଳୟ ମାଧ୍ୟମରେ କୃଷି, ଜୈବିକ ଚାଷ, ବାଡ଼ି ବଗିଚା, ପାଣି ବ୍ୟବସ୍ଥା, ମଂଜି କୌଶଳ, ପଶୁପାଳନ କ୍ଷେତ୍ରରେ ସ୍ଥାନୀୟ ଯୁବକ ଓ ଚାଷୀଙ୍କୁ ଶିକ୍ଷା ଓ ମାର୍ଗଦର୍ଶନ ମିଳିପାରିବ। 

ବରଗଡ଼ର ଭୌଗଳିକ ସ୍ଥିତି ଦେଖିଲେ କେବଳ ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳ ନୁହେଁ ବରଂ ଛତିଶଗଡ଼ ସୀମାକୁ ଏହି ଜିଲ୍ଲା ଲାଗିଛି।ଏହି ବିଶ୍ୱବିଦ୍ୟାଳୟ ଦୁଇ ରାଜ୍ୟର ଚାଷୀଙ୍କୁ ଲାଭ ପହଁଚାଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶିବରାଜସିଂ ଚୌହାନଙ୍କୁ କହିଛନ୍ତିି ବରଗଡ଼ ସାଂସଦ। 

କେବଳ ଯେ ବରଗଡ଼ ସାଂସଦ ଦାବି କରିଛନ୍ତି ତାହା ନୁହେଁ ବରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ୍ ର କୃଷକ ସଂଗଠନ ବିଭିନ୍ନ ଅନୁଷ୍ଠାନ ଅନୁରୂପ ଭାବରେ ଦାବି କରିଛନ୍ତି।

 ଜିଲ୍ଲା ର ସଂଯୁକ୍ତ କୃଷକ ସଂଗଠନ ଦାବି କରିଛନ୍ତି ଯେ  ପୁରୁଣା ପାରମ୍ପରିକ ଜ୍ଞାନକୌଶଳ କାରଣ ରୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ଚାହିଦା ମୁତାବକ କୃଷିଜାତ ଉତ୍ପାଦନ, ଜଳବାୟୁ ପରିବର୍ତ୍ତନ ଅନୁକୂଳ ଚାଷ,ସଂଗ୍ରକ୍ଷଣ ଏବଂ ସଠିକ ପରିଚାଳନା ଗତ ତ୍ରୁଟି ଯୋଗ୍ୟ କୃଷକ ମାନେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କୁ କ୍ଷତି ସହିବାକୁ ପଡୁଛି। 

ସେଥିପାଇଁ ଭାରତ ସରକାର ଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଆବଶ୍ୟକ ସର୍ବେକ୍ଷଣ ଏବଂ ରାଜ୍ୟ ରାଜ୍ୟସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସବୁଠାରୁ ଉତ୍କୃଷ୍ଟ ବରଗଡ଼ ଜିଲ୍ଲାରେ ରାଜ୍ୟର ଦ୍ଵିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଉ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post