ଶିଶୁଶ୍ରୀ'ର ୧୮୯ତମ ସଂସ୍କରଣ ଆୟୋଜିତ...

ଶିଶୁଶ୍ରୀ'ର ୧୮୯ତମ ସଂସ୍କରଣ ଆୟୋଜିତ...


ବରଗଡ଼,୨୧/୦୮ : ପୁସ୍ତକ କେବଳ ମନୁଷ୍ୟର ଅନ୍ତର୍ଦୃଷ୍ଟି କୁ ପରିବର୍ତ୍ତନ କରି ନଥାଏ ବରଂ ସମଗ୍ର ଜୀବନକୁ ବଦଳାଇବାରେ ସକ୍ଷମ ହୋଇଥାଏ। 

       Ad..


ବ୍ୟକ୍ତିର ବ୍ୟକ୍ତିତ୍ଵ କୁ ବଦଳାଇ ସାଧାରଣକୁ ଅସାଧାରଣରେ ପରିବର୍ତ୍ତିତ କରିଦେଇଥାଏ ଓ ଆମଭଳି ଛାତ୍ରଛାତ୍ରୀ ମାନଙ୍କ ମାର୍ଗ ଦର୍ଶନ କରି ସଫଳତାର ରାସ୍ତା ଦେଖେଇ ଥାଏ ବୋଲି ସ୍ଥାନୀୟ ବରଗଡ଼ ସାଇନ୍ସ ଇନଷ୍ଟିଚୁ୍ୟୁଟ ଠାରେ ଆୟୋଜିତ...

       Ad..


୧୮୯ତମ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ମତାମତ ରଖିଛନ୍ତି ଉକ୍ତ ମହାବିଦ୍ୟାଳୟର ଯୁକ୍ତଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ। ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ଆୟୋଜିତ...

Ad..


୧୮୯ତମ ସଂସ୍କରଣ ଅବସରରେ ପ୍ରଦର୍ଶିତ ପୁସ୍ତକରୁ ପସନ୍ଦ ମୁତାବକ ପୁସ୍ତକ ପଠନ କରି  ପଠିତ ପୁସ୍ତକ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆଲୋଚନା କରାଯାଇଥିଲା। 

Ad..


ଏଥିରେ ଛାତ୍ରଛାତ୍ରୀ ମାନେ ଆଗ୍ରହର ସହ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରି ଆଲୋଚନାରେ ଭାଗନେଇ ଥିଲେ। ସେମାନଙ୍କ ମଧ୍ୟରୁ କପିଳ ପ୍ରଧାନ, ଓପାଲିନା ରିୟାନା ରଥ ଓ କିରନ ଷାଣ୍ଢ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହେଇଥିଲେ।

Ad..


କାର୍ଯ୍ୟକ୍ରମରେ ଶିଶୁଶ୍ରୀ'ର ଆବାହକ ଡକ୍ଟର ରବିନାରାୟଣ ସାହୁ ଓ କଲେଜର ନିର୍ଦ୍ଧେଶକ ଡକ୍ଟର ପ୍ରଦୀପ କୁମାର ହୋତା ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post