ବରିଷ୍ଠ ନାଗରିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ...
ବରଗଡ଼,୨୧/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ବରିଷ୍ଠ ନାଗରିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ରାଜାଜୀ ଟାଉନ୍ହଲ୍ ପଦ୍ମପୁର ଠାରେ ସଂଘର ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Ad..
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ସାବିତ୍ରୀ ବାଗ ଏବଂ ସଂଘର ସଂପାଦକ ଶ୍ରୀଯୁକ୍ତ ପୁରନ୍ଦର ଦୋରା ସମ୍ମାନୀତ ଅତିଥୁ ଭାବରେ ଯୋଗଦାନ କରିଥିଲେ ।
Ad..
ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ସଂଘ ତରଫରୁ ବିଗତ ଏକ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ତଥା ପଦ୍ମପୁରର ବିକାଶ ପାଇଁ ବିଭିନ୍ନ ସ୍ତରରେ କରାଯାଇଥିବା ଆଲୋଚନାକୁ ଉଚ୍ଚ ପ୍ରଶଂସା କରିବା ସହିତ ବରିଷ୍ଠ ନାଗରିକ ମାନଙ୍କର ଆଶୀର୍ବାଦ କାମନା କରିଥିଲେ।
Ad..
ସମ୍ମାନୀତ ଅତିଥ୍ ତଥା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ ତାଙ୍କ ବକ୍ତବ୍ୟରେ ପଦ୍ମପୁରର ସହରାଂଚଳର ବିକାଶ ପାଇଁ ବରିଷ୍ଠ ନାଗରିକ ମାନଙ୍କର ସହଯୋଗ କାମନା କରିବା ସହିତ ସମସ୍ତଙ୍କର ସୁଖ ସମୃଦ୍ଧି ଓ ଉତ୍ତମ ସ୍ଵାସ୍ଥ୍ୟ କାମନା କରିଥିଲେ ।
Ad..
ଏହି ଅବସରରେ ପଦ୍ମପୁରର ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ତ୍ରିଲୋଚନ ଦୋରା, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ପାଢ଼ୀ ଏବଂ ଶ୍ରୀଯୁକ୍ତ ରାମ ନାରାୟଣ ପାଣିଗ୍ରାହୀ ଙ୍କୁ ମୁଖ୍ୟ ଅତିଥି ଏବଂ ସଂଘର ସଭାପତି ଶ୍ରୀଯୁକ୍ତ ଜୟ ନାରାୟଣ ତ୍ରିପାଠୀ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
Ad..
ସଂଘର ଉପସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ କରିଥିଲେ । ସଂଘର ସଂଗଠନ ସଂପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସଭା ସଂଯୋଜନା କରିା ସହ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ବରିଷ୍ଠ ନାଗରିକ ସଂଘର ସଦସ୍ୟ ତଥା ପରାମର୍ଶଦାତା ଶ୍ରୀଯୁକ୍ତ ଗୌନ୍ତିଆ କୁମାର ସାହୁ ଏବଂ ସମ୍ବଦ୍ଧିତ ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ରାମ ନାରାୟଣ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ସଂଘର ଉତ୍ତରୋତ୍ତର ଉନ୍ନତି କାମନା କରିବା...
ସହିତ ଆଗାମୀ ଦିନରେ ଅଧିକରୁ ଅଧିକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଏବଂ ଅଂଚଳର ବିକାଶ ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ ପାଇଁ ଆହ୍ୱାନ ଜଣାଇଥିଲେ। ସଭା ଶେଷରେ ସଦସ୍ୟ ଶ୍ରୀଯୁକ୍ତ ପ୍ରିତି ରଂଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
annual function
Bargarh
latest news
latest update
odisha daily current affairs
senior citizens sangh






