ଅଂଚଳ ମହାବିଦ୍ୟାଳୟ ପଦ୍ମପୁରରେ ଖୋଲିଲା ପିଜି ପାଠ୍ୟକ୍ରମ ୧୦ଟି ବିଷୟରେ ପଢିବେ ଛାତ୍ର ଛାତ୍ରୀ...

ଅଂଚଳ ମହାବିଦ୍ୟାଳୟ ପଦ୍ମପୁରରେ ଖୋଲିଲା ପିଜି ପାଠ୍ୟକ୍ରମ ୧୦ଟି ବିଷୟରେ ପଢିବେ ଛାତ୍ର ଛାତ୍ରୀ...


ବରଗଡ଼,୩୦/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ସମ୍ବଲପୁର ଅଞ୍ଚଳ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ୩୦ ଜୁଲାଇ ୨୦୨୫ ରେ ଜାରି ହୋଇଥିବା ଅଧିକୃତ କାର୍ଯ୍ୟାଳୟ ଆଦେଶ ନମ୍ବର ୨୮୬୬ ଅନୁଯାୟୀ...

Ad..


୨୦୨୫-୨୬ ଶିକ୍ଷାବର୍ଷରୁ ଅଂଚଳ  ମହାବିଦ୍ୟାଳୟରେ ସ୍ନାତକ (ପି.ଜି.) କ୍ଲାସ୍‌ଗୁଡିକ ଆରମ୍ଭ ହେବାକୁ ଯାଉଛି ବୋଲି ଆଜି ଏକ ପ୍ରେସ ମିଟ ମାଧ୍ୟମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଖଗେଶ୍ବର ଦାଶ ସୂଚନା ଦେଇଛନ୍ତି। 

Ad..


ଏହି ନୂଆ ସୁବିଧାରେ ଦଶଟି ବିଭିନ୍ନ ବିଷୟ  ଓଡିଆ, ଇଂରାଜୀ, ଇତିହାସ, ପୋଲିଟିକାଲ ସାଇଏନ୍ସ, ଅର୍ଥନୀତିଶିକ୍ଷା, କେମିଷ୍ଟ୍ରି, ବଟାନି, ଜୁଲୋଜି ଓ କମର୍ସ ରହିଛି। ପ୍ରତ୍ୟେକ ବିଷୟରେ ୧୬ଟି ସିଟ୍ ରହିବ ପ୍ରଥମ ବର୍ଷରୁ ୧୬୦ ଜଣ ଛାତ୍ରଛାତ୍ରୀ ଙ୍କୁ ଉଚ୍ଚତର ଶିକ୍ଷା ପାଇବାର ସୁଯୋଗ ମିଳିବ।

Ad..


ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ପି.ଜି. କ୍ଲାସ୍ ଆରମ୍ଭ ହେବା ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ସୁବିଧା ହେବ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିବା ବେଳେ ପୂର୍ବରୁ ପଦ୍ମପୁର  ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ସ୍ନାତକ ପିଜି ପାଠ୍ୟକ୍ରମ ପାଇଁ ସମ୍ବଲପୁର, ବରଗଡ଼, ଭୁବନେଶ୍ୱର କିମ୍ବା ଅନ୍ୟ ଶହରକୁ ଯାଉଥିଲେ। 

Ad..


ଏବେ ଗ୍ରାମ୍ୟ ଓ ଅର୍ଥନୀତିକ ଭାବରେ ଦୁର୍ବଳ ପରିବାରର ଛାତ୍ରମାନେ ନିଜ ଜନ୍ମଭୂମିରେ ସ୍ନାତକ ପିଜି ପାଠ୍ୟକ୍ରମ  ପାଇବାର ସୁଯୋଗ ଲାଭକରିବେ ଓ ଏହି ଅଂଚଳ ର ଶିକ୍ଷା କ୍ଷେତ୍ର ରେ ବିକାଶ ହେବାର ଆଶା ରହିଛି ବୋଲି ଶିକ୍ଷାବିତ ମାନେ ଆଶାବ୍ୟକ୍ତ କରିଛନ୍ତି ।

Ad..


ଚଳିତ ବର୍ଷ ର ଦ୍ବିତୀୟ ସିଲେକ୍ସନ ଆରମ୍ଭ ହୋଇଛି ଆସନ୍ତା ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଶେଷ ଆବେଦନ ର ସମୟସୀମା ରହିଥିବା ଅଧ୍ୟକ୍ଷ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୬୦ ଗୋଟି ସିଟ୍ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧୩୧ ଜଣ ସାମସ୍ ସାଇଟ୍ ରେ ଆବେଦନ କରିସାରିଛନ୍ତି ବୋଲି ସୂଚନା ଦିଆଯାଇଛି।

Ad..


ପଦ୍ମପୁର ଉପଖଣ୍ଡ ଏକ ଅନୁନ୍ନତ ଅଂଚଳ ଓ ଆଦିବାସୀ ବହୁଳ ଏ ଅଂଚଳ ରେ ଆର୍ଥିକ ସ୍ଥିତି ଯଥେଷ୍ଟ ସ୍ବଚ୍ଛଳ ରହୁନଥିବାରୁ ଏହି ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ ର ଫି ମଧ୍ୟ ଯଥାସମ୍ଭବ କମ୍ ରଖାଯିବାର ଉଦ୍ୟମ କରାଯାଉଛି ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। 

ଆଜିର ପ୍ରେସ ମିଟ୍ ରେ ଅନୁଷ୍ଠାନର  ଶ୍ରୀ ତାରା ପ୍ରସାଦ ଶତପଥୀ,ଶ୍ରୀମତୀ ପୂର୍ଣିମା ଦୋରା, ,ଶ୍ରୀ ପ୍ରଭାତ କୁମାର ମହାପାତ୍ର,ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ ଓ ଶ୍ରୀ ନବକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ।

ପରିଶେଷରେ ଅଧ୍ୟାପକ ଡ଼ ସରୋଜ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥଲେ। ସରକାରୀ ଏହି ଅଂଚଳ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦେଇଥିବାରୁ ମହାବିଦ୍ୟାଳୟ ତରଫରୁ ସରକାର, ଉଚଶିକ୍ଷା ବିଭାଗ, ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି କୁ ଧନ୍ୟବାଦ ଅର୍ପଣ କରାଯାଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post