ଆକାଶ ବାଣୀ ଶ୍ରୋତା ସଂଘ ଆନୁକୂଲ୍ୟରେ ନୂଆଁ ଖାଇ ଜୁହାର କାର୍ଯ୍ୟକ୍ରମ : ଦୁଇ ଚାଷୀ ସମ୍ବର୍ଦ୍ଧିତ...

ଆକାଶ ବାଣୀ ଶ୍ରୋତା ସଂଘ ଆନୁକୂଲ୍ୟରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ : ଦୁଇ ଚାଷୀ ସମ୍ବର୍ଦ୍ଧିତ...


ବରଗଡ଼,୩୦/୦୮(ବିଜୟ କୁମାର ସାହୁ) : ସ୍ଥାନୀୟ ସାରଦା କମ୍ପ୍ଲେକ୍ସ ପରିସର ରେ ଆକାଶ ବାଣୀ ଶ୍ରୋତା ସଂଘ ଆନୁକୂଲ୍ୟରେ ନୂଆଁ ଖାଇ ଜୁହାର ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।

      Ad..


ସଂଘ ର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ କୁ ବରିଷ୍ଟ ସଦସ୍ୟ ସୁଦାମ ସାହୁ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭ ରେ...

        Ad..


ପଦ୍ମଶ୍ରୀ ସ୍ବର୍ଗତ ବିନୋଦ ପଶାୟତ ଓ ବିଶିଷ୍ଟ ସାହିତ୍ୟ ସାଧକ ବିପିନ ଆଚାର୍ଯ୍ୟ  ଙ୍କୁ  ଶ୍ରୋତା ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଅନ୍ନ ର ପୂଜନ ଏହି ପର୍ବ ଅବସର ରେ ଦୁଇଜଣ ଅନ୍ନ ଦାତା ଡୋଳା ମଣି ଭୋଇ ଓ ମୁରଲୀ ଭୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । 

Ad..


ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ  ଗୋପବନ୍ଧୁ ପୁରୋହିତ ,ସରୋଜ କୁମାର ରଥ,ବିଶି କେଶନ୍ ଭୋଇ,ଅନିଲ କୁମାର ଖମାରୀ ଉମେଶ ପ୍ରଧାନ,ବିରେନ୍ଦ୍ର ସାହୁ,ଚନ୍ଦ୍ରମଣି ପ୍ରଧାନ,ଜଗନ୍ନାଥ ସାହୁ, ହରି ପ୍ରସାଦ ପ୍ରଧାନ...

Ad..


ପ୍ରମୁଖ ଯୋଗ ଦେଇ ଏହି ପର୍ବ ପାଳନ ର ମହନୀୟତା ଉପସ୍ଥାପନ କରିଥିଲେ।କୋଷାଧ୍ୟକ୍ଷ ଅଶୋକ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post