ଅସୁସ୍ଥ ସଙ୍କୀର୍ତ୍ତନ ଗୁରୁ ଗାୟକ ନୀଳ ଦେବତା ଙ୍କ ଆଶୁ ଆରୋଗ୍ୟ କାମନା କଲା ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ...
ବରଗଡ଼,୩୦/୦୮(ବିଜୟ କୁମାର ସାହୁ): ବରଗଡ଼ ର ସ୍ୱନାମ ଧନ୍ୟ ସଙ୍କୀର୍ତ୍ତନ ଗାୟକ ଓ ଗୁରୁ ନୀଳ ଦେବତା ହଠାତ୍ ଅସୁସ୍ଥ ହୋଇ ସମ୍ବଲପୁର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହୋଇ ଉତ୍ତରୋତ୍ତର ଚିକିତ୍ସା ପାଇଁ ଭୁବନେଶ୍ବର ଏପୋଲୋ ହସ୍ପିଟାଲ କୁ ସ୍ଥାନାନ୍ତରିତ ହୋଇଥିଲେ।
Ad..
ତେବେ ସେ ହୃଦ୍ ରୋଗ ରେ ପୀଡ଼ିତ ଥିବା ଜଣା ପଡ଼ିବା ପରେ ସଙ୍ଗେ ସଙ୍ଗେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।ସଫଳ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇ ବରଗଡ଼ ବାନ୍ଦୁଟିକ୍ରା ଘରକୁ ଫେରିଛନ୍ତି ।
Ad..
ଏହି ଖବର ପାଇବା ପରେ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ର ଅଧ୍ୟକ୍ଷ ପ୍ରମୋଦ ଦାଶ ,ସମ୍ପାଦକ ଜୟ ଦେବ ପଣ୍ଡା ବରିଷ୍ଟ ଉପଦେଷ୍ଟା ରାମ ଚନ୍ଦ୍ର ସାହୁ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ସଂପାଦକ...
Ad..
ଗୋପବନ୍ଧୁ ପୁରୋହିତ ପ୍ରମୁଖ ତାଙ୍କ ବାସ ଭବନ କୁ ଯାଇ ଶ୍ରୀ ଦେବତା ଙ୍କୁ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା କରି ଦୀର୍ଘ ଓ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ ।
Ad..
Report : Bijay ku sahu
Edited by k.s thakur...





