ସେପ୍ଟେମ୍ବର ୩ ରେ ନୃସିଂହ ନାଥ ଠାରେ ଅନୁଷ୍ଟିତ ହେବ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ...
ବରଗଡ଼,୩୦/୦୮(ବିଜୟ କୁମାର ସାହୁ): ଆସନ୍ତା ୩ ତାରିଖ ସକାଳ ୯ ଘ ସମୟ ରେ ପାଇକମାଳ ସ୍ଥିତ ନୃସିଂହ ନାଥ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମ ପରିସର ରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଆୟୋଜନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।
Ad..
ସଂଘ ର ସଭାପତି ରମେଇ ଚରଣ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବୈଠକ ରେ ସମ୍ପାଦକ ଅଗସ୍ତି ପ୍ରଧାନ ରାଜ୍ୟ ଯୁଗ୍ମ ସଂପାଦକ ଗୋପବନ୍ଧୁ ପୁରୋହିତ ,ଉପ ସଭାପତି ଦୟାସାଗର ସାହୁ ସଂଯୋଜକ ଲିଙ୍ଗରାଜ ସାହୁ...
Ad..
ଅଶୋକ ସାହୁ ବାଗ ,ନିଗମାନନ୍ଦ ମିଶ୍ର ରମେଶ ପଣ୍ଡା,ଗୋବର୍ଦ୍ଧନ ସାହୁ,ଟିକେଶ୍ୱରି ସେଟ୍ ,ସୁଧୀର ରଥ ,ଘନଶ୍ୟାମ ପଣ୍ଡା, ନବ ଘନ ସାହୁ, ସଞ୍ଜୀବ କୁମାର ଦାଶ,ଧୋବା ସାହୁ,ଲୋହିତ କୁମାର ସା ,କିରଣ ବିଶ୍ଵାଳ ରବିଶଙ୍କର ଗୁରୁ...
Ad..
ପ୍ରମୋଦ ପ୍ରଧାନ ବୃନ୍ଦାବନ ଠେଠୁଆର ଙ୍କ ସମେତ ବରିଷ୍ଠ ଉପଦେଷ୍ଠା କପିଲ ବାଗ ,ସୁରେଶ ଚୌହାନ,ଅନନ୍ତ ଶାସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ରୂପ ରେଖ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିଲେ ।
Ad..
ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଦିବସ ପାଳନ ଅବସର ରେ ପ୍ରସିଦ୍ଧ କବି କାଳିଦାସ ଙ୍କ ରଚିତ ମେଘଦୂତ ଖଣ୍ଡ କାବ୍ୟ ଓ ଅଭିଜ୍ଞାନ୍ ଶାକୁନ୍ତଲମ୍ ନାଟକ ଉପରେ ବିଶେଷ ଆଲୋଚନା ଓ ଚର୍ଚ୍ଚା ଅନୁଷ୍ଟିତ ହେବା ସହିତ...
Ad..
ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ଜିଲ୍ଲା ରୁ ଆସି ବରଗଡ଼ ଜିଲ୍ଲା ରେ ଯୋଗ ଦେଇଥିବା ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଥିବା ବେଳେ...
Ad..
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ୩୧୫ ରୁ ଉର୍ଦ୍ଧ୍ବ ହାଇସ୍କୁଲ ଓ ଜିଲ୍ଲା ର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ କର୍ତ୍ତବ୍ୟ ରତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେବେ ବୋଲି ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Report : Bijay ku sahu
Edited by k.s thakur...







