ଜଳପ୍ରପାତ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ...
ପାଲଲହଡ଼ା,୩୦/୦୮ : ୩ ଜଣ ସାଙ୍ଗଙ୍କ ସହିତ ଜଳପ୍ରପାତ ବୁଲିବାକୁ ଯାଇଥିଲେ ଯୁବକ। ସାଙ୍ଗ ହୋଇ ୩ ଜଣ ଖୁସିରେ ଗାଧୋଉଥିଲେ। ହଠାତ ଜଳପ୍ରପାତ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି।
Ad..
ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଓ ଅନୁଗୁଳ ଜିଲ୍ଲା ସୀମାନ୍ତ ନଗୀରା ଗର୍ଜନ ଖୋଲ ଜଳପ୍ରପାତରେ।ଗତକାଲି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବାଲରାଇ ଗାଁରୁ ୨ ଜଣ ଓ ଗୋପପୁର ଗାଁର ଜଣେ ସାଙ୍ଗ ଏକାଠି ହୋଇ ନଗୀରା ଗର୍ଜନ ଖୋଲ ଜଳପ୍ରପାତ ବୁଲିବାକୁ ଯାଇ ସେଠାରେ ଗାଧୋଇଥିଲେ ।
Ad..
ଏହି ସମୟରେ ବାଲରାଇ ଗାଁର ଲିପୁନ୍ କୁମାର ବେହେରା ସେଠାରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରେ ଏ ବିଷୟରେ ଖବର ପାଇ ବାଂଶପାଳର ଦମକଳ ବାହିନୀ ସେଠାରେ ଗତକାଲିଠାରୁ ଖୋଜାଖୋଜି ଜାରି ରଖିଥିଲେ। ହେଲେ ବେଳେ ଗତକାଲି ରାତି ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା।
Ad..
ଆଜି ସକାଳୁ ପୁନର୍ବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦମକଳ ବାହିନୀଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ଜଳପ୍ରପାତ ବହୁ ଗଭୀର ଥିବାରୁ ଖୋଜିବା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା ମିଳିଛି।
Ad..
ଅନ୍ୟ ପକ୍ଷରେ ଅସାବଧାନତା ଯୋଗୁଁ ଏପରି ଘଟଣା ବାରମ୍ବାର ନଜରକୁ ଆସୁଥିବା ବେଳେ ପରିବାର ବର୍ଗ ଓ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
Edited by k.s thakur...





