ଦେଓଗାଁ ସୃଜନୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟଘାଟ...
ବରଗଡ଼,୨୯/୦୮(ବିଜୟ କୁମାର ସାହୁ): ଆଜି ବରଗଡ଼ ଉପକଣ୍ଠ ଦେଓଗାଁ ଠାରେ ସୃଜନୀ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
Ad..
ଉକ୍ତ କାର୍ଯ୍ୟକ୍ରମ ଝିଅ ମାନଂକ ଦ୍ବାରା ପରିଚାଳିତ ତଥା ପରିବେଷିତ ହୋଇଥିଲା। ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ଅଧ୍ୟାପିକା ରିଙ୍କି ବାରିକ। ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଶ୍ରୀମତୀ କଳ୍ପନା ଷଡ଼ଙ୍ଗୀ (ବରଗଡ଼ ବିଧାୟକଙ୍କ ପତ୍ନୀ)।
Ad..
ମୂଖ୍ୟ ବକ୍ତା ଭାବେ ସୁନନ୍ଦିନୀ ଦାଶ୍ (ଅଧ୍ୟାପିକା ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼)। ଅର୍ପିତା ମହର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂଜା ପଟେଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
Ad..
ଜଣେ ସମାଜସେବୀ ଭାବରେ ଅପରିଚିତ ବ୍ୟକ୍ତିଙ୍କ ଶବଦାହ ତଥା ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ କରି ନିଜ ଶାଶୁଘରେ (ଦେଓଗାଁ ରେ) ଶ୍ରୀମତୀ ସଂଘମିତ୍ରା ପଟେଲ ସମ୍ବର୍ଦ୍ଧିତ ହେବା ପ୍ରଥମ ଘଟଣା । ଏଥିପାଇଁ ଆହୁରି ପ୍ରେରଣା ଯୋଗାଇବ ବୋଲି ଶ୍ରୀମତୀ ପଟେଲ କହିଥିଲେ ।
Ad..
ଏହା ବ୍ୟତୀତ ସଫଳ ଚାଷୀ ରୁକ୍ମିଣୀ ଠାକୁର, ବୟୋଜ୍ୟେଷ୍ଠା ମହିଳା ପାର୍ବତୀ ପଟେଲ ,ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହୋଇଥିବା ମୀତା ଦାଶ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Ad..
ଏହି ପରିପ୍ରେକ୍ଷୀରେ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଅଙ୍କିତା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
Ad..
Report : Bijay ku sahu
Edited by k.s thakur...







