ଆମର ନୂଆଁଖାଇ ; ନୂଆଁଖାଇ ପାଳନ ପାଇଁ ଖାଦ୍ୟ ସାମଗ୍ରୀ,ନୂଆ ବସ୍ତ୍ର,ପୂଜା ସାମଗ୍ରୀ ପ୍ରଭୃତି କିଣାବିକା ରେ ମସଗୁଲ ଲୋକେ...

ଆମର ନୂଆଁଖାଇ ; ନୂଆଁଖାଇ ପାଳନ ପାଇଁ ଖାଦ୍ୟ ସାମଗ୍ରୀ,ନୂଆ ବସ୍ତ୍ର,ପୂଜା ସାମଗ୍ରୀ ପ୍ରଭୃତି କିଣାବିକା ରେ ମସଗୁଲ ଲୋକେ...


ବରଗଡ଼,୨୭/୦୮(ବିଜୟ କୁମାର ସାହୁ): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମଗ୍ର ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇ ଉଠିଛି। ଗଣପର୍ବ ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବଜାର ଜନସମାଗମ ରେ ଭରି ଉଠୁଛି।

   Ad.. 


ନୂଆଁଖାଇ ପାଳନ ପାଇଁ ଘର ସଫେଇ ଠାରୁ ଆରମ୍ଭ କରି କରଣା ସାମଗ୍ରୀ, ଖାଦ୍ୟ ସାମଗ୍ରୀ,ନୂଆ ବସ୍ତ୍ର,ପୂଜା ସାମଗ୍ରୀ ପ୍ରଭୃତି କିଣାବିକା ରେ ମସଗୁଲ ହୋଇଛନ୍ତି ଲୋକ। 

        Ad..


ଆସନ୍ତା କାଲି ଅର୍ଥାତ୍ ଭାଦ୍ରବ ମାସ ପଞ୍ଚମୀ, ଷଷ୍ଠୀ ତିଥିଦିନ ସମଗ୍ର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଅଂଚଳରେ ରହୁଥିବା ପଶ୍ଚିମ ଓଡିଶାବାସୀ ଯେଉଁମାନେ ନିଜ ଭିଟାମାଟି ଓ ଘରଛାଡି ବାହାରେ ରୁହନ୍ତି ଘରକୁ ଫେରି ପାରନ୍ତି ନାହିଁ ସେମାନେ ତାଙ୍କ ସ୍ଥାନରେ ରହି ନୂଆଁଖାଇଥାନ୍ତି । 

Ad..


ନୂଆଁଖାଇ ପରମ୍ପରା ଅନୁଯାୟୀ ପ୍ରସ୍ତୁତି ଠାରୁ ଆରମ୍ଭ କରି ନୂଆଁଖାଇ ଦିନ ପର୍ଯ୍ୟନ୍ତ ଓ ନୂଆଖାଇ ର ପରବର୍ତ୍ତୀ ଦିନ ଅର୍ଥାତ୍ ସପ୍ତାହେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିବା ଆନନ୍ଦ ଉଲ୍ଲାସ ଲୋକଙ୍କ ସମାଗମ ରହିଥାଏ। 

Ad..


ଘରର ମୁରବି ଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଘରର ମହିଳା ମୁରବି ଘରକରଣା ବ୍ୟବସ୍ଥା ଓ ବିଭିନ୍ନ ସାମଗ୍ରୀ ର ସୁବିଧା ସୁଯୋଗ ରେ ରହୁଥିବା ଓ ଦାୟିତ୍ଵ ସମ୍ପାଦକ କରୁଥିବା ବେଳେ ଘର ଓ ପରିବାରର ପୁରୁଷ ମୁଖିଆ ବା ପରିବାର ମୁଖ୍ୟ ନୂଆଁଖାଇ ର ସମସ୍ତ ଖର୍ଚ, ସାମଗ୍ରୀ କିଣାବିକା ସହ ପରିବାରବର୍ଗ ଯେଉଁ ମାନେ ବାହାରେ ରୁହନ୍ତି ସେମାନଙ୍କୁ ଡାକିବା ସହ ସମସ୍ତ ଦାୟିତ୍ବ ସମ୍ପାଦନ କରନ୍ତି।

Ad..


ସଂପୂର୍ଣ୍ଣ ପ୍ରସ୍ତୁତି ସହ ଘରର ସମସ୍ତ ସୁବିଧା ସୁଯୋଗ କରି ନୂଆଁଖାଇ ପରମ୍ପରା ପାଳନ କରନ୍ତି। ପରିବାର ର ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ନୂଆଁଖାଇ ପାଳନର ଦିନେ ଦୁଇଦିନ ପୂର୍ବରୁ ଗାଁ ଘରେ ପହଞ୍ଚି ନିର୍ଧାରିତ ସମୟରେ ନୂଆ ଧାନରୁ ପ୍ରସ୍ତୁତ ନୂଆ ଧାନଚରା ଖାଇଥାନ୍ତି। 

Ad..


ସାମାଜିକ ପ୍ରଥା ପରମ୍ପରା ଲୋକ ସଂସ୍କୃତି କୁ ଆଧାର କରି ଘରେ ଘରେ ପୂଜାର୍ଚ୍ଚନା ହୋଇଥାଏ । ନୂଆଁଖାଇ ଦିନର ସମସ୍ତ ପୂଜାପାଠ, ଖାଦ୍ୟପେୟ, ବସ୍ତ୍ର ଆଦି ର ବିଧି, ବ୍ୟବସ୍ଥା ର ସ୍ୱତନ୍ତ୍ରତା ରହିଥାଏ । 

ଭୋର ସକାଳୁ ଘରର ମହିଳା ଓ ପୁରୁଷ ନିତ୍ୟକର୍ମ ସମାପନ କରି ନିଜ ନିଜ କର୍ମ ଓ ଦାୟିତ୍ଵ ରେ ଲାଗିଥାନ୍ତି। ଘରର ମହିଳା ମାନେ ପୂଜା ସାମଗ୍ରୀ ପାଇଁ ପିଠାପଣା ଛଣା କାର୍ଯ୍ୟ ସହ ଖାଇବା ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ବ୍ୟସ୍ତ ରହୁଥିବା ବେଳେ ମହିଳା ଙ୍କ ମଧ୍ୟ ରେ ମୁଖ ମୁରବିଥିବା ମହିଳା ପୂଜା କର୍ମରେ ବ୍ୟସ୍ତ ରୁହନ୍ତି। 

ଘରର ପୂଜା କୋଠରୀ ସମସ୍ତ ଦେବାଦେବୀ, ଗାଁ ଦେବତା, ପୂର୍ବପୁରୁଷ, ଗାଇ ଗୁହାଲ, ତୁଳସୀ ଚଉରା, ଘର ନିକଟସ୍ଥ ମନ୍ଦିର, ରୋଷେଇ ଘର ପ୍ରଭୃତି ସ୍ଥାନରେ ସମସ୍ତ ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା କରନ୍ତି। ଘରର ପୁରୁଷ ମୁଖ୍ୟ ମଧ୍ୟ ଘରେ ପୂଜାପାଠ କରନ୍ତି ଓ ନିଜ ଚାଷ ଜମି ଖେତଖଳା ରେ ସମସ୍ତ ଦେବାଦେବୀ, କୂଳ ଦେବତାଙ୍କୁ ପୂଜାର୍ଚ୍ଚନା କରନ୍ତି । 

ନିର୍ଧାରିତ ଭଗ୍ନ ପୂର୍ବରୁ ପୂଜାପାଠ ସମାପନ କରି ଘରର ସମସ୍ତେ ଛୋଟ ଠାରୁ ବୃଦ୍ଧ, ବୃଦ୍ଧା ଏକାଠି ବସି ନୂଆଖିଆ ଆରମ୍ଭ ହୋଇଥାଏ । ଘରର ମୁଖିଆ ବା ମୁରବି ନୂଆ ଧାନରେ ପ୍ରସ୍ତୁତ କରିଥିବା ଚରା ବା ନୂଆଁ ଖାଇଥାନ୍ତି। 

ପରମ୍ପରା ଅନୁଯାୟୀ ସପରିବାର ଏକତ୍ରିତ ଭାବରେ ଖାଇବା ପରେ ଆରମ୍ଭ ହୋଇଥାଏ ଜୁହାର ଭେଟ ଛୋଟ ମାନେ ବଡ ମାନଙ୍କୁ ମୁଣ୍ଡିଆ ମାରି ସମ୍ମାନ ଜଣାଇବା ସହ ଆଶିର୍ବାଦ ଗ୍ରହଣ କରିଥାନ୍ତି। ପଶ୍ଚିମ ଓଡ଼ିଶାର ନୂଆଁଖାଇ କେବଳ ଯେ ଏକ ପରମ୍ପରା ତାହା ନୁହେଁ। 

ନୂଆଁଖାଇ ଏକ ଶିକ୍ଷା, ସ୍ନେହ,ସଂସ୍କାର, ବ୍ୟବହାର ପ୍ରଭୃତି ସମାହାର ର ପରମ୍ପରା ଅଟେ। ନୂଆଁଖାଇ ପାଳନ କରି ସମାଜ ସଂସ୍କାରିତ ହେଉଥିବା ରୁ ଆଜି ଆଧୁନିକ ଯୁଗରେ ମଧ୍ୟ ପଶ୍ଚିମ ଓଡ଼ିଶାର ନୂଆଁଖାଇ ଉଦଯିବିତ ହୋଇ ରହିଆସିଛି । 



Report : Bijay ku sahu

Edited by k.s thakur...

Post a Comment

Previous Post Next Post