ପିନାକୀ ମିଶ୍ରଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ...
ଭୁବନେଶ୍ଵର,୨୭/୦୮ : ପିନାକୀ ମିଶ୍ରଙ୍କ ନାଁରେ ଆର୍ଥିକ ହେରଫେର, ମନି ଲଣ୍ଡ୍ରିଂ ଅଭିଯୋଗ । ଏହା ସହ ସଂସଦରେ ଦେଶ ସୁରକ୍ଷା ତଥା ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ।
Ad..
ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗୃହ ମନ୍ତ୍ରଣାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର ହୋଇଥିବା ସୂଚନା ମିଳିଛି । ଅଭିଯୋଗଗୁଡିକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।
Ad..
ଏପରିକି ଅଭିଯୋଗ ଗ୍ରହଣ ପରେ ତଦନ୍ତ ଆରମ୍ଭ ହୋଇଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି।ଏହା ସହିତ ସନ୍ଦେହଜନକ ସଂପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିଥିବା ଅଭିଯୋଗ ରହିଛି ।
Ad..
ଏହା ସହ ଗୃହରେ ନ୍ୟୁକ୍ଲିୟର ବୁଡାଜାହାଜ, ମିସାଇଲ ସିଷ୍ଟମ ସଂପର୍କିତ ତଥ୍ୟ ପଚାରିଥିଲେ । ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ପିନାକୀ ମିଶ୍ରଙ୍କ ନାଁରେ ଅଭିଯୋଗ ରହିଛି ।
Ad..
ଏପରିକି ଦେଶରେ କେତୋଟି ବୁଡାଜାହାଜ ସକ୍ରିୟ ଅଛି, ଆଇଏନଏସ ଅରିହନ୍ତ ଓ ଆଇଏନଏସ ଚକ୍ରର ଗୁପ୍ତ ତଥ୍ୟ ନେଇ ସଂସଦରେ ପ୍ରଶ୍ନ ପଚାରିବା ନେଇ ଅଭିଯୋଗ ହୋଇଛି।
Ad..
ଅନ୍ୟପଟେ ପିନାକୀ ମିଶ୍ରଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କରାଯାଇଥିବା ଅଭିଯୋଗ ପୁରୁଣା ଏହାର ସତ୍ୟତା ନାହିଁ । ଏହା ସହ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛନ୍ତି ପିନାକୀ ମିଶ୍ର ।
Ad..
ଉଲ୍ଲେଖନୀୟ ପିନାକ ମିଶ୍ରଙ୍କ ବର୍ତ୍ତମାନ ପତ୍ନୀ ତଥା ସାଂସଦ ମହୁଆ ମୋଇତ୍ରା ଜଣେ ବ୍ୟବସାୟୀଙ୍କ ଫାଇଦା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ଘଟଣାରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ସେ ସଂସଦୀୟ ଯୁଗ୍ମ କମିଟି(ଜେପିସି) ତଦନ୍ତ ସମ୍ମୁଖୀନ ହୋଇଛନ୍ତି ।
Edited by k.s thakur...
Tags:
Bhubaneswar
bjd
elligation
latest news
latest update
money laundering
new delhi
odisha daily current affairs
pinak mishra







