ଚିତ୍ରଗୁପ୍ତ ପୂଜା ୨୦୨୫ ପସ୍ତୁତି ବୈଠକ ; ଅକ୍ଟୋବର ୨୩ ରେ ଚିତ୍ର ଗୁପ୍ତ ଙ୍କ ପୂଜା...

ଚିତ୍ରଗୁପ୍ତ ପୂଜା ୨୦୨୫ ପସ୍ତୁତି ବୈଠକ ; ଅକ୍ଟୋବର ୨୩ ରେ ଚିତ୍ର ଗୁପ୍ତ ଙ୍କ ପୂଜା...


ବରଗଡ଼,୨୭/୦୮(ବିଜୟ କୁମାର ସାହୁ): ଗତକାଲି ବରଗଡ଼ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ସ୍ଥାନୀୟ ଶିବାନନ୍ଦ ଆଶ୍ରମଠାରେ ସଭାପତି ନେତ୍ରାନନ୍ଦ ବକ୍ସି ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । 

      Ad..


ଅକ୍ଟୋବର ୨୩ ରେ ହେବାକୁ ଥିବା ଭଗବାନ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ  ପୂଜା ଆରାଧନା ଖୁବ ଆଡ଼ମ୍ବର ସହକାରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ ନୂତନ ସଂପାଦକ ଭାବେ ଶ୍ରୀ ହରି ନାରାୟଣ ପଟ୍ଟନାୟକ ଙ୍କୁ ଚୟନ କରାଯାଇଥିଲା ।

Ad..


ଭଗବାନ ଶ୍ରୀଶ୍ରୀ ଚିତ୍ରଗୁପ୍ତ ଦେବ ଙ୍କ ଆସନ୍ତା ପୂଜା କୁ  ମହାଆଡମ୍ବର ରେ କରିବାକୁ ଆସନ୍ତା ତା: ୦୭.୦୯.୨୦୨୫ ସନ୍ଧ୍ୟା ୬ ଘଣ୍ଟା ସମୟରେ ରେ ଶିବାନନ୍ଦ ଆଶ୍ରମ ଠାରେ ପୁଣି ଏକ ସାଧାରଣ ସଭା କରିବାକୁ ସ୍ଥିରୀକୃତ ହୋଇଛି । 

   Ad..


ଏହି ସଭାରେ ବରଗଡ ଜିଲ୍ଲା ସମସ୍ତ କରଣ ପରିବାର ସକ୍ରିୟ ଭାଗ ନେବାକୁ ସଂପାଦକ ଶ୍ରୀ ହରି ନାରାୟଣ ପଟ୍ଟନାଏକ ଅନୁରୋଧ କରିଛନ୍ତି ।ଶେଷରେ ସହ ସଂପାଦକ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post