ଓଡ଼ିଶା ବୁଣାକାର ମହାସଂଘ ର କର୍ମକର୍ତ୍ତା ନିର୍ବାଚନ...
ବରଗଡ଼,୨୩/୦୮(ବିଜୟ କୁମାର ସାହୁ): ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଓଡ଼ିଶା ବୁଣାକାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଭୁବନେଶ୍ୱରସ୍ଥିତ ରେଡ୍କ୍ରସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।
Ad..
ଏଥିରେ ନିର୍ବାଚିତ କର୍ମକର୍ତ୍ତାମାନେ ଆସନ୍ତା ୪ ବର୍ଷ ପାଇଁ କାର୍ଯ୍ୟ କରିବେ । ପ୍ରଥମେ ମହାସଂଘ ପରିଚାଳନା ପାଇଁ ଏକ ୩୦ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା।
Ad..
କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କ ମଧ୍ୟରୁ ସର୍ବସମ୍ମତିକ୍ରମେ ପୂର୍ବତନ ସଭାପତି ଶ୍ରୀଧର ବେହେରାଙ୍କୁ ପୁନର୍ବାର ସଭାପତି ଭାବେ ମନୋନୀତ କରାଯାଇଛି। ସମାଜସେବୀ ସଞ୍ଜୟ କୁମାର ମେହେର, କିଶୋର ଚନ୍ଦ୍ର ଦାସ, ନିତ୍ୟାନନ୍ଦ ମେହେର, ଶ୍ରୀକାନ୍ତ କୁମାର ନାୟକ...
Ad..
ଅନୀଲ କୁମାର ମହାପାତ୍ର ଉପସଭାପତି ଭାବେ ନିର୍ବାଚିତ ହେବା ସହିତ ସାଧାରଣ ସମ୍ପାଦକ ଭାବରେ ବିଜୟ କୁମାର ମେହେର, ସଂଗଠନ ସମ୍ପାଦକ ବିଜୟ କୁଣ୍ଡୁ ମନୋନୀତ ହୋଇଛନ୍ତି ।
Ad..
ପ୍ରତାପ କୁମାର ଦାସ, ପ୍ରକାଶ ଚନ୍ଦ୍ର ଦାସ, ବିଶ୍ଵନାଥ ଦାସ, ସୁବାଷ ଚନ୍ଦ୍ର ସାହୁ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଭାବେ ମିଲନ୍ କୁମାର ମେହେର ଏବଂ ତତ୍ ସହିତ ସହ-ସମ୍ପାଦକ ଭାବେ ଗୋବିନ୍ଦ ସାହୁ, ଶରତ ଚନ୍ଦ୍ର ଦାସ, ରଂଜନ କୁମାର ପାତ୍ର, ପ୍ରଭାସ ଚନ୍ଦ୍ର ନାୟକ ଓ ଶ୍ରୀନିବାସ ମହାପାତ୍ର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।
Ad..
ମହାସଂଘକୁ ଦିଗ୍ଦର୍ଶନ ଦେବାପାଇଁ ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ଗୋବର୍ଦ୍ଧନ ପଣିକା, ଓଡ଼ିଶାର ବିଶିଷ୍ଟ ସମବାୟବିତ୍ ଜଜ୍ଞେଶ୍ଵର ବାବୁ, ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀରଂଜନ ମଙ୍ଗରାଜ ଏବଂ ବରିଷ୍ଠ ବୁଣାକାର ଧ୍ରୁବ ଦାସ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି।
ପ୍ରଦୀପ କୁମାର ବର୍ଦ୍ଧନ, ଅର୍ଜୁନ କଟୁଆଳ, ହୃଦାନନ୍ଦ ରାଉତ, ଶଙ୍କର ବେହେରା ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଆଗାମୀ ଦିନରେ ବୁଣାକାର ମହାସଂଘକୁ ଆହୁରି ଶକ୍ତିଶାଳୀ କରି ଗଢିବାକୁ ନୂତନ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି।
Report : Bijay ku sahu
Edited by k.s thakur...






