ବରଗଡ଼ ମହିଳା ସମିତି ଆନନ୍ଦ ସେବା ସଦନକୁ ପହଞ୍ଚାଇଲା ନୂଆଖାଇ ଅଢିଆ...

ବରଗଡ଼ ମହିଳା ସମିତି ଆନନ୍ଦ ସେବା ସଦନକୁ ପହଞ୍ଚାଇଲା ନୂଆଖାଇ ଅଢିଆ...


ବରଗଡ଼,୨୨/୦୮(ବିଜୟ କୁମାର ସାହୁ): ଭେଡେନ ବ୍ଲକ ପପଙ୍ଗା ସ୍ଥିତ ବୃଦ୍ଧାଶ୍ରମ, ଗୋଶାଳା ଓ ଅନାଥାଶ୍ରମ ର ସମ୍ମିଳିତ ଆଶ୍ରମ ଆନନ୍ଦ ସେବାଶ୍ରମକୁ ଶୁକ୍ରବାର ଅପରାହ୍ନରେ ବରଗଡ଼ ମହିଳା ସମିତି ନୂଆଖାଇ ଅଢ଼ିଆ ପହଞ୍ଚାଇଥିଲେ। 

      Ad..


ସେଠାରେ ଥିବା ୩୦ ଜଣ ଅନ୍ତେବାସୀ ପୁରୁଷ, ମହିଳା, ବାଳିକା ଓ ଶିଶୁଙ୍କ ପାଇଁ ଶାଢ଼ୀ, ଧୋତି, ଗାମୁଛା, ସାର୍ଟ, ସଲୱାର୍, ଶିଶୁ ଡ୍ରେସ ସାଙ୍ଗକୁ ନୂଆଖାଇ ପାଇଁ ଆବଶ୍ୟକ ସମସ୍ତ ରାସନ ସାମଗ୍ରୀ ଓ ପନିପରିବା ଭେଟି ପ୍ରଦାନ କରିଥିଲେ। 

        Ad..


ସଂଘର ସଭାନେତ୍ରୀ ଅଞ୍ଜନା ଦାସ, ସମ୍ପାଦିକା ସୁଧାଂଶୁବାଲା ଦାଶ ଓ କୋଷାଧ୍ୟକ୍ଷ ମମତା ମିଶ୍ରଙ୍କ ନେତୃତ୍ୱରେ ସମିତିର ୩୦ ଜଣ ସଦସ୍ୟା ଆନନ୍ଦ ସେବା ସଦନ ପରିଦର୍ଶନ ପୂର୍ବକ ସମସ୍ତଙ୍କୁ ନୁଆବସ୍ତ୍ର ଓ ଅଢ଼ିଆ ପ୍ରଦାନ କରିଥିଲେ। 

   Ad..


ଏହି ପ୍ରତିନିଧି ଦଳରେ ସୁନିତା, ମନ୍ଦାକିନୀ, ସସ୍ମିତା, କନକ, ମଞ୍ଜୁ, ବାସନ୍ତୀ, ମୀନା, କବିତା, ସବିତା, ରାନି, କମଳିନୀ, ଜୟଗୀଟା, ବୀଣାପାଣି, ସୈବଳିନି, ଗୀତା, ଜୟଶ୍ରୀ, ନିବେଦିତା, ମୀନାକ୍ଷୀ, ସଂଗୀତା, ସ୍ୱାଧିନୀ, ହାରଜିନ୍ଦର୍, ଦେବକୀ, ବିନୋଦିନୀ, ପ୍ରଣତି, ମଞ୍ଜୁ ପ୍ରମୁଖ ସାମିଲ ହୋଇଥିଲେ। 

Ad..


ଅନ୍ତେବାସୀ ଗଣ ନୂଆଖାଇ ଅଢ଼ିଆ ପାଇ ବେଶ ଖୁସି ବ୍ୟକ୍ତ କରିଥିଲେ। ଆଶ୍ରମର ପରିଚାଳକ ଆନନ୍ଦ ସେଠ୍ ବରଗଡ଼ ମହିଳା ସମିତିକୁ ଧନ୍ୟବାଦ ଜଣାଇଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post