ପଦୋନ୍ନତି ଓ ବଦଳି କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ; ୩୧ ସୁଦ୍ଧା ଚାକିରିରେ ଯୋଗ ଦିଅ ନ ହେଲେ ଦରମା ବନ୍ଦ...

ପଦୋନ୍ନତି ଓ ବଦଳି କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ; ୩୧ ସୁଦ୍ଧା ଚାକିରିରେ ଯୋଗ ଦିଅ ନ ହେଲେ ଦରମା ବନ୍ଦ...


ଭୁବନେଶ୍ୱର, ୨୨/୦୮: ପଦୋନ୍ନତି ହେଉ କି ବଦଳି ହୋଇଥିବା କୃଷି ଅଧିକାରୀ ଚଳିତ ମାସ ୩୧  ତାରିଖ ସୁଦ୍ଧା ଚାକିରିରେ ଯୋଗ ଦିଅନ୍ତୁ।  ଏହା ନହେଲେ ସମ୍ପୃକ୍ତ ଅଧିକାରୀଙ୍କର ସେପ୍ଟେମ୍ବର ମାସରେ ଦରମା ବନ୍ଦ କରି ଦିଆଯିବ। କୃଷି ବିଭାଗ ପକ୍ଷରୁ ଏଭଳି  ନିର୍ଦ୍ଦେଶ ଦିଆଯାଇଛି।

Ad..


 କୃଷି ବିଭାଗ  ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର  ପାଢୀ ଏକ ଆଦେଶନାମା ଜାରିକରି  ଉଲ୍ଲେଖ କରିଛନ୍ତି ଯେ, ଅଧିକାରୀମାନେ  ବିଳମ୍ୱ ନ କରି ସେମାନଙ୍କର ନିଯୁକ୍ତ  ସ୍ଥାନରେ ଯୋଗ ଦେବା ଉଚିତ।

         Ad..


କୌଣସି ପରିସ୍ଥିତିରେ ସରକାରୀ  ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ  ରଖାଯିବ ନାହିଁ। ନିଯୁକ୍ତି ଆଦେଶର  ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ  ପ୍ରଭାବ ଆଣିବାର ପ୍ରୟାସ କଲେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ପ୍ରମୁଖ ସଚିବ ଚେତାବନୀ  ଦେଇଛନ୍ତି। 

Ad..


କୃଷି ନିର୍ଦ୍ଦେଶାଳୟ, କ୍ଷେତ୍ର  ପ୍ରତିଷ୍ଠାନର ମୁଖ୍ୟଙ୍କ ସମେତ ସମସ୍ତ  ଅଧିକାରୀମାନଙ୍କୁ ଆଦେଶ ପାଳନ  ଉପରେ ନଜର ରଖିବାକୁ ଏବଂ  କୌଣସି ଅଧିକାରୀ କାର୍ଯ୍ୟସ୍ଥଳରେ  ଯୋଗ ଦେଉନଥିଲେ ଏହା ବିଭାଗକୁ  ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Ad..



Ad..






Edited by k.s thakur...

Post a Comment

Previous Post Next Post