ଭୁବନେଶ୍ବର ବିମାନ ବନ୍ଦରରୁ ପୁଣି ୪ କୋଟି ଟଙ୍କାର ମାରିଜୁଆନା ଜବତ ; ଦୁଇ ଜଣ ଗିରଫ...
ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ୪ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ(ମାରିଜୁଆନା) ଜବତ ହୋଇଛିI ଏହି ମାମଲାରେ ପ୍ରେମୀ ଯୁଗଳଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଉଭୟଙ୍କୁ ଗିରଫ କରିଛି କଷ୍ଟମ ବିଭାଗI ଦୁହେଁ ବ୍ୟାଙ୍କକରୁ ଭୁବନେଶ୍ୱର ଆଣୁଥିଲେ ମାରିଜୁଆନା।
Ad..
ସୂଚନାଯୋଗ୍ୟ, ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚଳିତ ମାସ ୮କୋଟି ଟଙ୍କାର ବିଦେଶୀ ଗଞ୍ଜେଇ(ମାରିଜୁଆନା) ଜବତ ହୋଇଥିଲା। ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍ଆଇ) ହାବୁଡ଼ରେ ଏହି ଚୋରାଚାଲାଣ ଧରାପଡ଼ିଥିଲା।
Ad..
ଏହି ଚଢ଼ଉରେ ଗୁଜୁରାଟ ଅହମ୍ମଦାବାଦର ଜଣେ ଯୁବକଙ୍କୁ ଅଟକ ରଖାଯାଇଥିଲା। ଏହି ଘଟଣାର ଦୁଇଦିନ ପୂର୍ବରୁ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା। ଏଣେ ଗତ ମାସ ୩୦ ତାରିଖ ଦିନ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିଲା।
Ad..
ଏହିଚଢ଼ଉରେ ଉତ୍ତରପ୍ରଦେଶର ତିନିଜଣ ଯୁବକଙ୍କୁ ଗିରଫ କରାଯାଇଥିଲା। ପୁଣିଥରେ ମାରିଜୁଆନା ଚାଲାଣ ଘଟଣା ପଦାକୁ ଆସିବା ପରେ ଭୁବନେଶ୍ବରକୁ ଗଞ୍ଜେଇ ହବ୍ରେ ପରିଣତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚକ୍ରାନ୍ତ ଚାଲିଥିବା ସ୍ପଷ୍ଟ ହୋଇଛି।
Ad..
Ad..
Edited by k.s thakur...
Tags:
Bhubaneswar
Biju Patnaik international airport
custom department
latest news
latest update
marizuana
odisha daily current affairs
seized






