ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ନୂଆଁଖାଇ ଭେଟଘାଟ...

ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ନୂଆଁଖାଇ ଭେଟଘାଟ...


ବରଗଡ଼/ବରପାଲି,୨୯/୦୮(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା କୁମ୍ଭାରୀ ଠାରେ ଆଜାଦ ଯୁବକ ସଂଘ  ଆନୁକୂଲ୍ୟରେ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ... 

      Ad..


ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ନୂଆଁଖାଇ ଭେଟଘାଟ ଗୁରୁଙ୍କ ଜନ୍ମମାଟି କୁମ୍ଭାରୀରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । 

Ad..


ମନୋଜ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଭିନେତା ନିର୍ଦେଶକ ରାମଜୀ ପଧାନଙ୍କ ସଭାପତିତ୍ବରେ, ଅଭିନେତା ନୃତ୍ୟଶିଳ୍ପୀ ସଚିନ ମହାପାତ୍ରଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ପଦ୍ମଶ୍ରୀ ଭାଗବତ ପ୍ରଧାନ, ବରେଣ୍ୟ ଅତିଥି ସିନେ ଅଭିନେତା ପ୍ରଦିପ ଦେବତା...

   Ad..


ସମ୍ମାନିତ ଅତିଥି ଅଭିନେତା ଛବିଲ ପ୍ରଧାନ, କଣ୍ଠ ଶିଳ୍ପୀ ମୁଗ୍ଧା ଦାଶ, ମୂଖ୍ୟ ବକ୍ତା ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗଦାନ କରି ନୂଆଁଖାଇର ଇତିହାସ ଉପରେ ଆଲୋଚନା କରିବା ସହିତ ଗୋଟିଏ ଦିନରେ ନୁଆଁଖାଇ ପାଳନ ସହିତ ଆମ ଭାଷା ସଂସ୍କୃତିର...

Ad..


ପ୍ରଚାର କରି ଏକ ଅଧ୍ୟାୟ ସୃଷ୍ଟି କରିଯାଇଥିବା ଗୁରୁ ଭଗବାନ ସାହୁ କୁମ୍ଭାରୀ କାହିଁକି ପଶ୍ଚିମ ଓଡ଼ିଶା ପାଇଁ ଏକ ପରିଚୟ ସୃଷ୍ଟି କରିଯାଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ, ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ।

Ad..


କାର୍ଯ୍ୟକ୍ରମ ଆୟୋଜନରେ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ ( ଭାଗବତିଆ) ସୁମନ୍ତ ବାରିକ, ରମେଶ ମାଝି, ଗୋପବନ୍ଧୁ ସାହୁ,ସେବାନନ୍ଦ ନାୟକ,ଯଶୋବନ୍ତ ମହାପାତ୍ର, ଭୁବନେଶ୍ବର ସାହୁ...

Ad..


ରାକେଶ ବିଶ୍ୱାଳ, ଦିନବନ୍ଧୁ ସାହୁ,ରାମ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଭିନେତା ନିର୍ଦ୍ଦେଶକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post