କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ପରାମର୍ଶରେ ହେବ ମେଟ୍ରୋ ପ୍ରକଳ୍ପ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର...
ଭୁବନେଶ୍ବର,୨୦/୦୮ : କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ପରାମର୍ଶରେ ନିର୍ମାଣ ହେବ ମେଟ୍ରୋ। ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ଏକ କମିଟି କରାଯାଇଛି।
Ad..
ସେହି କମିଟି ବିଭିନ୍ନ ସ୍ଥାନକୁ ଯାଇ ସର୍ଭେ କରିବ ଏବଂ ରିପୋର୍ଟ ଦେବା ପରେ କେନ୍ଦ୍ରର ସାହାଯ୍ୟ ଲୋଡ଼ାଯିବ। ଏନେଇ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
Ad..
ନଗର ଉନ୍ନୟନ ମନ୍ତ୍ରୀ ଆହୁରି କହିଛନ୍ତି, ମେଟ୍ରୋ କେମିତି ଫିଜିବୁଲ ହେବ ସେ ନେଇ ରିପୋର୍ଟ ଦେବ କମିଟି। ସେହି ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର କେତେ ଆର୍ଥିକ ସହାୟତା ଦେବେ ଓ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିବେ, ସେନେଇ ନିଷ୍ପତ୍ତି ନିଆଯିବ।Ad..
କମିଟି ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ସହ ଅଧିକ ଆଲୋଚନା କରିବେ।
Edited by k.s thakur...
Tags:
Bhubaneswar
latest news
latest update
metro train project
minister krushna Chandra mahapatra
odisha daily current affairs




