ବରଗଡ଼ ସରକାରୀ ଡାକ୍ତରଖାନା ପରିସରରେ ରନ୍ଧା ଖାଦ୍ୟ ବଣ୍ଟନ...

ବରଗଡ଼ ସରକାରୀ ଡାକ୍ତରଖାନା ପରିସରରେ ରନ୍ଧା ଖାଦ୍ୟ ବଣ୍ଟନ...


ବରଗଡ଼,୨୮/୦୮(ବିଜୟ କୁମାର ସାହୁ): ମହାନ କୃଷିଭିତ୍ତିକ  ଗଣପର୍ବ ନୂଆଁଖାଇ  ଉଧେ ଆଜି ମାଁ ଟଙ୍କାକିଆ ଜଳଖିଆ ଅନୁଷ୍ଠାନ, ସଂଯୁକ୍ତ କୃଷକ ସଂଗଠନ ଏବଂ କୋଶଲ ସେନା...

    Ad..


ତରଫରୁ ଜିଲ୍ଲା ହସ୍ପିଟାଲ ଖେଦାପାଲି ଠାରେ ରୋଗୀ ଏବଂ ରୋଗୀ ପରିଜନ ମାନଙ୍କୁ ନୁଆଁଖାଇ ଦିନରେ ପ୍ରାୟ ୩୦୦ରୁ ୪୦୦ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। 

        Ad..


ନୁଆଁଖାଇ ଦିନରେ ସମସ୍ତ ହଟେଲ ଦୋକାନ ବନ୍ଦ ଥିବା ବେଳେ ରୋଗୀ ପରିଜନ ମାନେ ନାହିଁ ନ ଥିବା ଅବସ୍ଥା ଭୋଗିବାକୁ ପଡିଥାଏ। 

Ad..


ସେଥିପାଇଁ ନୁଆଁଖାଇ ପର୍ବ ର ମହନୀୟତା ବିଶ୍ୱ ବ୍ରହ୍ମାଣ୍ଡରେ କୌଣସି ପ୍ରାଣୀ ଭୋକ ଉପାସରେ ନ ରହୁ ବୋଲି ଇଷ୍ଟଦେବୀ ମାନଙ୍କୁ ପ୍ରାର୍ଥନା କରାଯାଏ କିନ୍ତୁ ଆଜି ଭଳି ପବିତ୍ର ଦିନରେ..

Ad.. 


କେମିତି ହସ୍ପିଟାଲ ର ରୋଗୀ ପରିଜନ ଭୋକ ଉପାସ ରେ ରହିବେ ବୋଲି ଦୁଇବର୍ଷ ହେବ ହସ୍ପିଟାଲ ରେ ନୁଆଁଖାଇ ଦିନ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି। 

Ad..


ଚିନ୍ତାରେ ଥିବା ହସ୍ପିଟାଲ ଅନ୍ତେବାସୀ ମାନେ ନୁଆଁଖାଇ ପ୍ରସାଦ ଏବଂ ରନ୍ଧାଖାଦ୍ୟ ପାଇ ଆନନ୍ଦିତ ହୋଇ ଆଶୀର୍ବାଦ କରିଥିଲେ। 

Ad..


ଏହି ମହାନ କାର୍ଯ୍ୟକ୍ରମ ରେ  ସର୍ବଶ୍ରୀ ଉମେଶ ପଧାନ, ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ବୀରବଳ ମହାକୁଡ଼, ସୁରେଶ ନିକେଣ୍ଟି, ରମେଶ ମହାପାତ୍ର, ଅଭିନାଶ ବାଗ, ମାନସ ଭାଇ, ଧ୍ରୁବ ପଧାନ, ମଣ୍ଟୁ ପଧାନ ସମ୍ପାଦନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post