ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କୁ ଲାଗିହେଲା ନବାନ୍ନ ; ନୂଆଖାଇଲେ ହଜାର ହଜାର ଶ୍ରଦ୍ଧାଳୁ ...
ବରଗଡ଼,୨୮/୦୮(ବିଜୟ କୁମାର ସାହୁ): କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ବା ନବାନ୍ନରେ ପବିତ୍ର ତୀର୍ଥକ୍ଷେତ୍ର ଚଳ ଚଞ୍ଚଳ ହୋଇଥିଲା।ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସମାଗମରେ ନୃସିଂହ ଠାକୁରଙ୍କୁ ନବାନ୍ନ ଲାଗି ହୋଇଥିଲା।
Ad..
ଜାତି, ଧର୍ମ,ବର୍ଣ୍ଣ,ଶତ୍ରୁ, ମିତ୍ରଙ୍କର ଅପୂର୍ବ ମିଳନ ନୁଆଁଖାଇ ତିଥିରେ ଦେଖିବାକୁ ମିଳେ।ନୂଆଁ ଫସଲ ଧାନରୁ ନବାନ୍ନ "ନୂଆ ଚରା" ତିଆରି କରି ପ୍ରଭୁ ନୃସିଂହ ଠାକୁରଙ୍କୁ ନବାନ୍ନ ଲାଗି ପରେ ପାର୍ଶ୍ଵ ଦେବାଦେବୀଙ୍କୁ ନବାନ୍ନ ଲାଗି ଥିଲା।
Ad..
ଏହା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଏକାଠି ବସି ନବାନ୍ନ ଭକ୍ଷଣ କରିଥିଲେ।ପବିତ୍ର ନୃସିଂହନାଥ ପୀଠରେ ନବାନ୍ନ ଭକ୍ଷଣ କରି ଭକ୍ତମାନେ ବହୁତ ଖୁସି ଅନୁଭବ କରୁଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
latest news
latest update
nrusinghnath temple
nuakhai
odisha daily current affairs
paikmaal




