ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କର୍ମକ୍ଷେତ୍ର ରେ ମହିଳା ମାନଙ୍କ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...
ବରଗଡ଼,୧୯/୦୮ : ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କର୍ମକ୍ଷେତ୍ର ରେ ମହିଳା ମାନଙ୍କ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Ad..
ପଞ୍ଚାୟତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ଆନୁକୁଲ୍ୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ପ୍ରକୋଷ୍ଠ ର ଅଧିକାରୀ ପ୍ରଫେସର ସୂର୍ଯ୍ୟକାନ୍ତ ସିକନ୍ଦର ପରିଚାଳନା କରିଥିଲେ।
Ad..
ପରେ ପ୍ରଫେସର ରାଜଶ୍ରୀ ଭଞ୍ଜ ଅତିଥି ପରିଚୟ କରିଥିଲେ, ଏହି ଅବସର ରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ସିପ୍ରା କୁମାରୀ, ଟାଉନ ଥାନା ର ଇନୀସ୍ପେକ୍ଟର ପ୍ରତିମା ଡୁଙ୍ଗଡୁଙ୍ଗ, ସବ୍ ଇନିସପେକ୍ଟର କମଳିନୀ ନାୟକ...
Ad..
ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠ ର ଆଇନ ପରାମର୍ଶଦାତା ବିମଳ କୁମାର ଦାଶ ଆଦି ଯୋଗ ଦେଇ ଛାତ୍ର ଛାତ୍ରୀ ମାନ ଙ୍କୁ ମହିଳା ସୁରକ୍ଷା ଆଇନ ଉପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
Ad..
ପରିଷେଶ ରେ ପ୍ରକୋଷ୍ଠ ର ସଦସ୍ୟା ଅଧ୍ୟାପିକା ପଙ୍କଜିନି ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସର ରେ ଓଡ଼ିଶା ଅଭିଭାବକ ମହାସଂଘ ର ଉପ ସଭାପତି ବାଲ୍ମିକୀ ଷଡ଼ଙ୍ଗୀ,ସଦାନନ୍ଦ ମହାପାତ୍ର, ଅସିତ କୁମାର ସାହୁ ଆଦି ଉପସ୍ଥିତି ରହି ସହଯୋଗ କରିଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
awareness
Bargarh
district police
latest news
latest update
odisha daily current affairs
women's safety






