ଗାଁ ଗାଁରେ ପାଳନ କରାଯିବ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଜନ୍ମ ଦିବସ...

ଗାଁ ଗାଁରେ ପାଳନ କରାଯିବ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଜନ୍ମ ଦିବସ...


ପଦ୍ମପୁର,୧୯/୦୮ :- ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଆଜି ପାଳନ କରାଯାଉଛି ଜନ୍ମ ଦିବସ।ଗନ୍ଧମାର୍ଦ୍ଦନ ପାହାଡ଼ କୁ ନେଇ ୧୯୮୦ ଦଶକରେ ହୋଇଥିବା ବସ୍କସାଇଟ ଖଣି ଉତ୍ତୋଳନ ବିରୋଧର ଜନ ଆନ୍ଦୋଳନ "ଗନ୍ଧମାର୍ଦ୍ଦନ ବଞ୍ଚାଓ - ବାଳକୋ ହଟାଓ" ଫଳରେ ଜନ୍ମ ନେଇଥିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ।

      Ad..


ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ଗାଁ ଗାଁର ଅଧିବାସୀ ଜନଜାତି ଲୋକଙ୍କ ମଧ୍ୟରେ ଏ ନେଇ ଏକ ବ୍ୟାପକ ଭାବେ ଜନ ଆନ୍ଦୋଳନ ର ରୂପ ନେଇଥିଲା।ଯାହାକି ସଫଳ ଆନ୍ଦୋଳନ ରୂପେ ପରିଗଣିତ ହୋଇଛି।

Ad..


ସେହି ଦିନ ଠାରୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତାର ଜନ୍ମ ଦିବସ ପାଳନ କରିଆସୁଛି।ଆଜି ତାର ୪୧ ବର୍ଷ ପୂରଣ ହେବା ହେତୁ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ଗାନ୍ଧୀ ସମାଧି ପୀଠରେ ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।

Ad..


ଯୁବ ପରିଷଦ ର ନାରୀ ନେତ୍ରୀ ଭାମା ଯୁଆଡି,ପ୍ରତିମା ବଗାର,ଅନୁସାୟା ଭୋଇ,ବିମଳା ବାଗ,ରାଜକୁମାରୀ ବାରିକ, ଓମ୍ କାନ୍ତି ସାହୁ ଓ ଅଲଖ ଧରୁଆ ପ୍ରମୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବାହକ ଦୁର୍ଯୋଧନ ପୁଟା ସଞ୍ଚାଳନ କରିଥିଲେ।

Ad..


ଗନ୍ଧମାର୍ଦ୍ଦନ ଆନ୍ଦୋଳନ କର୍ମୀ ମାନଙ୍କୁ ନେଇ ହୋଇଥିବା ଜନ୍ମ ଦିବସ ପାଳନ ଅବସରରେ ବୋଡାସମ୍ବର ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ନିମ୍ନ ପ୍ରସ୍ତାବ ମାନ ନିଆଯାଇ ସରକାର ଠାରେ ଦାବୀ ଉପସ୍ଥାପନ କରାଯାଇଛି।

Ad..


ଗାଁ ଗାଁରେ ପରିଷଦ ପ୍ରତିଷ୍ଠା ଦିବସ ବା ଜନ୍ମ ଦିବସ ପାଳନ,ଗନ୍ଧମାର୍ଦ୍ଦନ ପାହାଡ଼ରୁ ବୋହି ଆସୁଥିବା ଝରଣା ରେ ଚେକ ଡ୍ୟାମ ନିର୍ମାଣ ଓ ଗନ୍ଧମାର୍ଦ୍ଦନ ପାହାଡ଼ରୁ ନିର୍ଗତ ଅଙ୍ଗ ନଦୀ ରେ ଆନିକଟ ମାନ ନିର୍ମାଣ କରାଯିବା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଦଳରେ ମଞ୍ଜି ରୋପଣ କରି ଜଙ୍ଗଳ ସୃଷ୍ଟି କରିବା...

ଗନ୍ଧମାର୍ଦ୍ଦନ ପାହାଡ଼ ରୁ ସଗୃହିତ ଲଘୁବନ ଜାତ ଦ୍ରବ କୁ ନେଇ କୁଟୀର ଶିଳ୍ପ କରାଯିବା,ଗନ୍ଧମାର୍ଦ୍ଦନ ଅଞ୍ଚଳରେ କୃଷି ବିଶ୍ବି ବିଦ୍ୟାଳୟ କରାଯିବା ସହ ଗନ୍ଧମାର୍ଦ୍ଦନ ପାହାଡ଼ର ସ୍ଥାୟୀ ସୁରକ୍ଷା ନିମିତ୍ତ ଆଲୋଚନା ନିମନ୍ତେ  ଯୁବ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ ଓଡିଶାର ମୋହନ ମାଝୀ ଓ ଭାରତର ମୋଦୀ ସରକାର ଙ୍କୁ ସାକ୍ଷାତ କରି ଦାବୀ ଉପସ୍ଥାପନ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି କରାଯାଇ ଥିବା ପରିଷଦ ର ଆବାହକ ଦୁର୍ଯୋଧନ ପୁଟା ପ୍ରକାଶ କରିଛନ୍ତି। 

ଏହି ବୈଠକରେ  ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ବରିଷ୍ଠ ସଂଗ୍ରାମୀ ଶୁକ୍ରୁ ସାହୁ ଓ ଲିଙ୍ଗରାଜ ପ୍ରଧାନ,ପୂର୍ବତନ ଆବାହକ ତଥା ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି,ଦିଲ୍ଲୀପ ବେହେରା ଓ ସୁରେଶ ଚନ୍ଦ୍ର ପ୍ରଧାନ,ସଂଗ୍ରାମୀ ଝସକେତନ ସାହୁ,ଡୋଲାମଣି ପାଣ୍ଡେ,ଦୟାନନ୍ଦ ମାଝୀ,ସୁରେଶନ ଭୋଇ,କୀର୍ତ୍ତନ ଦାଉ,ପୁରନ୍ଦର ସାହୁ...

କୈଳାସ ଦିଶ୍ରି,ଦିବ୍ୟ ହଂସ,ବିନୋଦ ସେଠ ପ୍ରମୁଖ ଯୋଗ ଦେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ୪୧ ତମ ପ୍ରତିଷ୍ଠା ଦିବସ ଉପରେ ସୃତିଚାରଣ ଆନ୍ଦୋଳନ ର ରୂପରେଖ ଉପରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ। ଶେଷରେ ପୂର୍ବତନ ଆବାହକ ରାହାସ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post