ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ...
ବରଗଡ଼,୩୧/୦୮(ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ ଏ ସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମପୁର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ପ୍ରତ୍ୟକ୍ଷ...
Ad..
ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ମୋର ରୁ ରାମଧୁନ ବଜାଇ ସହର ପରିକ୍ରମା କରାଯାଇଥିବା ବେଳେ ଏନ୍ ଏ ସି କାର୍ଯ୍ୟାଳୟ ଠାରେ ସମସ୍ତ କାଉନସିଲର ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ କରାଯାଇଥିଲା।
Ad..
ସଫେଇ କର୍ମଚାରୀ ଙ୍କ ସମେତ କାର୍ଯ୍ୟାଳୟ ର ବିଭିନ୍ନ କର୍ମଚାରୀ ମାନଙ୍କୁ ନୂଆ ବସ୍ତ୍ର ପ୍ରଦାନ କରାଯାଇଥିଲା। ସରକାରୀ ଡାକ୍ତରଖାନା ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କିୟ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।
Ad..
ଦିନ ୧୧ ଘଣ୍ଟା ସମୟରେ ପଦ୍ମପୁର ଟାଉନ୍ ହଲ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସଭାପତିତ୍ବ ରେ ଅବସ୍ଥିତ କାର୍ଯ୍ୟକ୍ରମ ରେ ଚେୟାରମେନ ସାବିତ୍ରୀ ବାଗ, ପଦ୍ମପୁର ବିଧାୟିକା...
Ad..
ସାଂସଦ ଙ୍କ ପ୍ରତିନିଧି ଭାବରେ ସୁନିଲ ଅଗ୍ରୱାଲ ଓ ସମସ୍ତ କାଉନସିଲର ଯୋଗଦାନ ଦେଇଥିବା ବେଳେ ପଦ୍ମପୁର ଏସଡିପିଓ ପାଣ୍ଡବ ଶବର ଓ ବକ୍ତା ଭାବରେ ଓଡ଼ିଆ ବିଭାଗର ଡକ୍ଟର ସରୋଜ କୁମାର ନାୟକ ଯୋଗଦାନ ଦେଇଥିଲେ ।
Ad..
ଏନ୍ ଏ ସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏନ୍ ଏ ସି ରେ କାର୍ଯ୍ୟରତ ବିଭିନ୍ନ ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା।
Ad..
ପଦ୍ମପୁର ଅଂଚଳ ରେ ସାମ୍ବାଦିକତା କରୁଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।
ଦିନ ଗୋଟାଏ ତିରିଶ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ସର୍ବସାଧାରଣ ସଭାର ସିଧା ପ୍ରସାରଣ କରାଯାଇଥିଲା। ଉପସ୍ଥିତ ସମସ୍ତ ଜନସାଧାରଣ, ଅତିଥି, କାଉନସିଲର ମାନେ ସିଧା ପ୍ରସାରଣ ଦେଖିଥିଲେ। ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
Report : Bijay ku sahu
Edited by k.s thakur...








ପଦ୍ମପୁରକୂ ମ୍ୟୁନସିପାଲିଟି ଘୋଷଣା କରାଯାଇଥିଲେ ଭଲ ହୋଇଥାନ୍ତା ।
ReplyDelete