ଗୁଣୀ ଗାରେଡି ସନ୍ଦେହରେ ମରଣାନ୍ତକ ଆକ୍ରମଣ ଅଭିଯୋଗ...

ଗୁଣୀ ଗାରେଡି ସନ୍ଦେହରେ ମରଣାନ୍ତକ ଆକ୍ରମଣ ଅଭିଯୋଗ...


ବଙ୍ଗୋମୁଣ୍ଡା,୩୧/୦୮ : ବଙ୍ଗୋମୁଣ୍ଡା ଥାନା ତାଲଚକେଲ ଗ୍ରାମରେ ଜଣେ ୬୦ ବର୍ଷର ବୃଦ୍ଧ ମିନିକେତନ ବାଗ ଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମର ୩ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହେଉଛି।

Ad..


ନିଜ ଭାଇ ଙ୍କ ସହ ଚାଷ ଜମିକୁ ଯାଉଥିବା ବେଳେ ଗ୍ରାମର ୩ ଜଣ ଯୁବକ ଲୁହା ପାଇପ,ଛଡ଼  ରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି  କଣ୍ଟାବାଞ୍ଜି ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।

Ad..


ବଙ୍ଗୋମୁଣ୍ଡା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି । ତେବେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଜୀବ ପ୍ରଧାନ କହିଛନ୍ତି ଯେ ଡିଜେ ବାଜା କୁ କେନ୍ଦ୍ର କରି ବଚସା ହୋଇଥିଲା ଓ ପରେ ଏହି ଘଟଣା ଘଟିଲା। 

Ad..


କିନ୍ତୁ ଦୁଇ ପକ୍ଷରୁ ଏଫ୍ ଆଇ ଆର ଦିଆ ଯାଇଛି। ଦୁଇଟି ପୃଥକ୍ ମାମଲା କେସ ନମ୍ବର ୧୭୧/୨୫ ଓ ୧୭୨/୨୫ ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗତ କାଳୀ ଏ ମାମଲା ରେ ପୋଲିସ ୨ ଜଣକୁ ଅଟକ ରଖି ପଚରା ଉଚୁରା କରିଥିଲା ଓ ଆଜି ମଧ୍ୟ ୨ ଜଣକୁ ଡକା ଯାଇ ପଚରା ଉଚୁରା କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Ad..





Edited by k.s thakur...

Post a Comment

Previous Post Next Post