ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO...

ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO...


କେନ୍ଦୁଝର,୨୦/୦୭ : କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ। ଅନୁଗୁଳ, କେନ୍ଦୁଝର, ନୟାଗଡ଼ର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।
     Ad..

ତେବେ ଏପର୍ଯ୍ୟନ୍ତ କୁବେର DFO ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ୍‌ ଠାବ କରାଯାଇଛି। ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍‌ ଥିବା ବେଳେ ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍‌ ଓ ଝିଅ ନାଁରେ ୪ ପ୍ଲଟ୍‌ ଠାବ ହୋଇଥିବା ଜଣାପଡିଛି। 

Ad..


ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା। ୧ ଲକ୍ଷ ୧୯ ହଜାର ଟଙ୍କା ଠାବ ହୋଇଛି । ଏହା ସହ ଯାଞ୍ଚ ଜାରି ରହିଛି । ଚଢାଉ ପରେ ଆଉ କେତେ ସମ୍ପତ୍ତି ଜବତ ହେଲା ଜଣାପଡ଼ିବ।

Ad..


ଏହି ଚଢ଼ାଉରେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ଚଢ଼ାଉ ସରିଲା ପରେ କେତେ ସମ୍ପତ୍ତି ଜବତ ହେଲା ତାହାର ସୂଚନା ମିଳିବ ।



Edited by k.s thakur...

Post a Comment

Previous Post Next Post