ଭଟଲି ନିର୍ବାଚନ ମଣ୍ଡଳୀ ର ଯୁବ ବିଧାୟକ ଇରାସିସ୍ ଙ୍କ ଜନତା ଦରବାର...
ବରଗଡ଼,୦୪/୦୭ : ଲୋକଙ୍କ ସରକାର ରେ ଜନତା ଦରବାର। ଯଥା ସମ୍ଭବ ଶିଘ୍ର ସମସ୍ୟା ର ସମାଧାନ କରିବା ପାଇଁ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ରେ ଚାଲିଥାଏ ଜନତା ଦରବାର ତାହା ପୁଣି ତୁରନ୍ତ ସମାଧାନ କିଭଳି ହୋଇପାରି ତାହା ଚେଷ୍ଟା କରନ୍ତି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ।
Ad..
ଯେଉଁଦିନ ନିଜ ଭଟଲି ନିର୍ବାଚନ ମଣ୍ଡଳୀରେ ରହନ୍ତି ସକାଳ ୭ ଘଣ୍ଟା ରୁ ଆରମ୍ଭ ହୁଏ ଦରବାର। ନିର୍ବାଚନ ମଣ୍ଡଳୀ ର ଭଟଲି ସମେତ ଅମ୍ବାଭନା ଓ ସୋହେଲା ପ୍ରମୁଖ ବ୍ଲକ ଅଂଚଳ ର ବିଭିନ୍ନ ଗାଁ ରୁ ଆସୁଥିବା ଜନସାଧାରଣ ଙ୍କ ବିଭିନ୍ନ ପ୍ରକାର ର ସମସ୍ୟା ନେଇ ଦରବାରରେ ସିଧାସଳଖ ବସି ସମସ୍ୟା, ଗୁହାରି ପ୍ରଭୃତି ବିଧାୟକ ଙ୍କୁ ଜଣାନ୍ତି ।
Ad..
ବିଧାୟକ ଶୁଣି ସାରିବା ପରେ ସମାଧାନ ର ବାଟ ଦେଖାନ୍ତି। ସମସ୍ୟା ଅନୁସାରେ ଯଦି ବ୍ଲକ କିମ୍ବା ପ୍ରଶାସନିକ ସମସ୍ୟା ହୁଏ ଓ ଜିଲ୍ଲା ଅଧିନରେ ସମାଧାନ ହେଉଛି ତାକୁ ତୁରନ୍ତ ବିଭାଗିୟ ଅଧିକାରୀ ଙ୍କ ସହ ଫୋନ୍ ରେ ଆଲୋଚନା କରନ୍ତି ନିଜ ଦ୍ବାରା ସମାଧାନ ମଧ୍ୟ କରନ୍ତି ତାହା ପୁଣି ତୁରନ୍ତ ସମାଧାନ।
Ad..
ଏଭଳି ଜନତା ଦରବା କୁ ଲୋକ ଯାଇ ଖୁସିରେ ଫେରୁଛନ୍ତି। କେବଳ ଲୋକଙ୍କ ସମସ୍ୟା ନୁହେଁ ନିର୍ବାଚନ ମଣ୍ଡଳୀରୁ ଯେ କୈାଣସି ଲୋକ ବାସ କର୍ମୀ ନିସଙ୍କୋଚରେ ତାଙ୍କ ପାଖକୁ ଯାଇଛନ୍ତି ସେମାନଙ୍କର କାମକୁ ମଧ୍ୟ ବିନା ଦ୍ବୋଧାରେ କରୁଥିବା ଆଲୋଚନା ହେଉଛି।
ଜନତା, କର୍ମଚାରୀ, ଦଳିୟ କର୍ମୀ ଏପରିକି ମହିଳାଙ୍କ ଭିଡ ରହିଛି। ଗୋଟିଏ ପରେ ଗୋଟିଏ ଅଭିଯୋଗ ଶୁଣି ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି ବିଧାୟକ ଏପଟେ କମ୍ପ୍ୟୁଟର ରେ ଅଭିଯୋଗ କର୍ତ୍ତା ଙ୍କ ସମସ୍ୟା ର ତାଲିକା ପ୍ରସ୍ତୁତିରେ ଲାଗିପଡିଛନ୍ତି ତାଙ୍କ ସହଯୋଗୀ ଓ ଅଫିସ କର୍ମଚାରୀ।
ଏକ ସୁନ୍ଦର ବ୍ୟବସ୍ଥା ଓ ଶୃଙ୍ଖଳିତ ଭାବରେ ଚାଲିଛି ଡବଲ ଇଞ୍ଜିନର ଯୁବ ବିଧାୟକ ଇରାସିସ ଆଚାର୍ଯ୍ୟ ଙ୍କ ଜନତା ଦରବାର। ଦରବାର ର ମଝିରେ ମଝିରେ ଭଟଲି ନିର୍ବାଚନ ମଣ୍ଡଳୀ ର ପୁରୁଣା ସମସ୍ୟା କୁ ନେଇ ତର୍ଜମା ମଧ୍ୟ ଚାଲୁଛି।
ଭାରତୀୟ ଜନତା ପାର୍ଟିର ନୁଆ ସରକାର ରେ ପ୍ରଥମ ଥରପାଇଁ ଭଟଲି ନିର୍ବାଚନ ମଣ୍ଡଳୀ ରେ ବିଧାୟକ ହୋଇଥିବା ଯୁବ ନେତା ଇରାସିସ ଆଚାର୍ଯ୍ୟ ତାଙ୍କ ସ୍ବତନ୍ତ୍ର ଢଙ୍ଗରେ ଚଳାଇଥିବା ଜନତା ଙ୍କ ପାଇଁ ଦରବାର ର ଆଲୋଚନା ଏବେ ସମଗ୍ର ଭଟଲି ନିର୍ବାଚନ ମଣ୍ଡଳୀ ରେ ଚହଲ ପଡିଛି।
ଦିର୍ଘ ୨୫ ବର୍ଷ ର ଅସନ୍ତୋଷ ପ୍ରତିଫଳିତ ହୋଇ ସରକାର ପରିବର୍ତ୍ତନ କରିଥିବା ଭଟଲି ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ପାଇଁ ବହୁତ କିଛି କରିବାକୁ ରହିଛି ବୋଲି କହୁଥବା ଇରାସିସ୍ ଆଚାର୍ଯ୍ୟ ଙ୍କ ଏକବର୍ଷ ପୂର୍ତ୍ତି ହୋଇଛି ଓ ଏଥିପାଇଁ ସେ ବହୁ ଉତ୍ସାହିତ ହୋଇ ଜଣେ ବିଧାୟକ ଙ୍କ ଦାୟିତ୍ୱ ସମ୍ପାଦନ କରୁଛନ୍ତି ବୋଲି କହିଛନ୍ତି।
ଭଟଲି ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଏଥର ବିଜୁ ଜନତାଦଳ କୁ ପ୍ରତ୍ୟାଖ୍ୟାନ କରି ଆମ ଭାରତୀୟ ଜନତା ପାର୍ଟିକୁ ଜିତାଇବାରେ ସହଯୋଗ କରିଥିବାରୁ ମୁଁ ମଧ୍ୟ ଜନସାଧାରଣ ଙ୍କ ପାଇଁ ସଦାବେଳେ ଉପଲବ୍ଧ ବୋଲି ମଧ୍ୟ କହୁଛନ୍ତି।
ନୂଆ ନୂଆ ବିଧାୟକ ହୋଇଥିବା ଯୁବନେତା ଇରାସିସ୍ କେତେଦିନ ପର୍ଯ୍ୟନ୍ତ ଜନତା ଦରବାର ମାଧ୍ୟମରେ ଲୋକଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଚେଷ୍ଟା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Report : Bijay ku sahu
Edited by k.s thakur...




