ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଏଇଇ ଗିରଫ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଏଇଇ ଗିରଫ...


ବଲାଙ୍ଗୀର/କଣ୍ଟାବାଞ୍ଜି,୦୪/୦୭ : ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଦିଲେଶ୍ୱର ମାଝୀଙ୍କୁ ଓଡ଼ିଶା ଭିଜିଲାନ୍ସ  ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଗିରଫ କରିଛି।

Ad..


ଭିଜିଲାନ୍ସ ଦ୍ୱାରା ତାଙ୍କର ଅନେକ ସମ୍ପତ୍ତି ଥିବା ସ୍ଥାନରେ ହୋଇଥିବା ସର୍ଚ୍ଚ ଅଭିଯାନରେ ତାଙ୍କ ନିଜ ନାମରେ ଓ ଜଣେ ନିକଟତମ ଆତ୍ମୀୟ ନାମରେ ୪ଟି ଘର, ଗୋଟିଏ ବଜାର କମ୍ପ୍ଲେକ୍ସ, ୯ଟି ଉଚ୍ଚ ମୂଲ୍ୟର ଜମିପ୍ଲଟ, ୩୦୦ ଗ୍ରାମ ସୁନା, ୪୯.୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, ୬.୫୭ ଲକ୍ଷ ଟଙ୍କା ନଗଦ ଓ ଅନ୍ୟାନ୍ୟ ସମ୍ପତ୍ତି ମିଳିଛି।

Ad..


ସୂଚନାଯୋଗ୍ୟ, ଦିଲେଶ୍ୱର ମାଝୀ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ କାର୍ଯ୍ୟ କରୁଥିଲେ। 

Ad..


ତାଙ୍କ ବିରୁଦ୍ଧରେ ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ଅର୍ଜନ ଅଭିଯୋଗ ହୋଇଥିଲା। ଓଡିଶା ଭିଜିଲାନ୍ସର ୫ ଡିଏସଏସପି, ୮ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ଉ କରିଥି‌ଲେ।

ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁରଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ଦିଲେଶ୍ବରଙ୍କ ସମ୍ପତ୍ତି ସ୍ଥାନରେ  ତଲାସୀ କରାଯାଇଥିଲା। ଏସମ୍ପର୍କରେ, ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ପିଏସ୍ ମାମଲା ନମ୍ବର ୧୩/୨୦୨୫ ରୁଜୁ କରାଯାଇଛି।





Edited by k.s thakur...

Post a Comment

Previous Post Next Post