ଜର୍ଜ ଉଚ୍ଚ ବିଦ୍ୟାଳୟ କୁ ଜିଲ୍ଲାପାଳଙ୍କ ପରିଦର୍ଶନ...

ଜର୍ଜ ଉଚ୍ଚ ବିଦ୍ୟାଳୟ କୁ ଜିଲ୍ଲାପାଳଙ୍କ ପରିଦର୍ଶନ...


ବରଗଡ଼,୦୪/୦୭ : ଗୁରୁବାର ସନ୍ଧ୍ୟାରେ ବରଗଡ଼ର ସର୍ବ ପୁରାତନ ସ୍କୁଲ ଜର୍ଜ ଉଚ୍ଚ ବିଦ୍ୟାଳୟ କୁ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପରିଦର୍ଶନ ରେ ଆସିଥିଲେ।

Ad..


ବରଗଡ଼ ସହରର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ଉଚ୍ଚ ବିଦ୍ୟାଳୟ କୁ ଓଡ଼ିଶାର ସରକାର ଦ୍ୱାରା “ଐତିହ୍ୟ ବିଦ୍ୟାଳୟ” ରୂପେ ମାନ୍ୟତା ଦିଆଯାଇଛି । ସେ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ସ୍କୁଲ କୁ ଜିଲ୍ଲାପାଳ ଗସ୍ତରେ ଆସିଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାସ୍ବତୀ ଦାଶ୍ ପୁଷ୍ପଗୁଚ୍ଛ ଦେଇ ଜିଲ୍ଲାପାଳ ଶ୍ରୀ ଗୋୟଲ ଙ୍କୁ ସ୍ୱାଗତ କରିଥିଲେ। 

      Ad..


ଜିଲ୍ଲାପାଳ ତାଙ୍କ ପରିଦର୍ଶନ ସମୟରେ ସ୍କୁଲର ଚତୁଃପାର୍ଶ୍ବରେ ବୁଲି ଦେଖିଥିଲେ । ସ୍କୁଲର ପରିଦର୍ଶନ ସମୟରେ ଜିଲ୍ଲାପାଳ ସମସ୍ତ କୋଠରୀ,ସ୍କୁଲ ପାଚେରୀ,ପୁରାତନ କୋଠରୀ ବୁଲି ଦେଖିଥିଲେ। ପୁରାତନ କୋଠରୀ ରେ ପାଣି ବର୍ଷା ଭରି ଯାଉଥିବା ଦେଖିଥିଲେ। 

Ad..


ଏ ଅବସ୍ଥା ଦେଖି ଜିଲ୍ଲାପାଳ ବହୁତ ବିବ୍ରତ ହୋଇ ଉପସ୍ଥିତ ପ୍ରଶାସନ କୁ ତୁରନ୍ତ DPR ପ୍ରସ୍ତୁତ କରିବାକୁ ନିର୍ଦ୍ଧେଶ ଦେବା ସହିତ ସ୍କୁଲ ର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୁବ୍‌ ଶୀଘ୍ର ଜର୍ଜ ହାଇସ୍କୁଲ୍‌ ଏକ ଆଧୁନିକ ଓ ଉନ୍ନତ ଶିକ୍ଷାନୁଷ୍ଠାନର ରୂପ ନେବ।

ଆଜିକାର ଜିଲ୍ଲାପାଳଙ୍କର ଗସ୍ତ ସମୟରେ ପୂର୍ତ୍ତ ବିଭାଗର ନିରୀକ୍ଷଣ ଯନ୍ତ୍ରୀ ଶ୍ରୀ ଅରୁଣ ପାଣ୍ଡେ, ଏସ,ଡି, ଓ  ଶତ୍ରୁଘନ କଲୋ , ପୁରାତନ ଛାତ୍ର ସଂଘର ସମ୍ପାଦକ ନବକିଶୋର ପାଣିଗ୍ରାହୀ, ଶ୍ୟାମସୁନ୍ଦର ଅଗ୍ରୱାଲ, ସତ୍ୟଜିତ ଦାଶ୍, ଅମୃତଲାଲ ବେହେରା,ବରିଷ୍ଠ ଶିକ୍ଷକ ସୁରେଶ ଦାଶ୍,ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post