ଆଜି ଓଡ଼ିଶା ବନ୍ଦ: ସବୁଠି ପଡ଼ିଲା ପ୍ରଭାବ, ଗଡ଼ୁନି ଅଖ ଚକ, ଦୋକାନ ବଜାର ବନ୍ଦ...
ଭୁବନେଶ୍ବର,୧୭/୦୭ : ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି।
Ad..
ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍ସରେ..
Ad..
ଚିକିତ୍ସାଧୀନ ଅବସ୍ଥାରେ ସୋମବାର-ମଙ୍ଗଳବାର ରାତିରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।
Ad..
ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍ସିପି, ଏସ୍ପି ଓ ଆର୍ଜେଡି ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଗୁରୁବାର ଶିକ୍ଷାନୁଷ୍ଠାନ, ପେଟ୍ରୋଲ୍ ପମ୍ପ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା।
ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ।
ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।
ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରି ପ୍ରଦର୍ଶନ କରି ରାଜନୈତିକ ଦଳରକର୍ମୀମାନେ ରେଳ ରୋକ କରିଛନ୍ତି। ରେଳବାଇ ପୁଲିସ ପୁରୀରେ ବିରୋଧୀ ଦଳର କର୍ମୀମାନଙ୍କୁ ରେଳ ଟ୍ରାକରୁ ହଟାଇ ଦେଇଛି।
ମୟୂରଭଞ୍ଜରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ଜଣାଇ ରାସ୍ତାରେ ଟାୟାର ଜଳାଇ ରାଜନୈତିକ ଦଳଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଇଛି।
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାସ୍ତାରେ ରାଜନୈତିକ ଦଳରକର୍ମୀମାନେ ପିକେଟିଂ କରୁଛନ୍ତି। ଫଳରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟନ୍ତ ହୋଇ ପଡ଼ିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।
ବ୍ଲକର ବିଶ୍ୱନାଥପୁର ସ୍ଥିତ ବିଜେପୁର ଛକ, ଲାଞ୍ଜିଗଡ ବଜାର ଛକ,ଲାଞ୍ଜିଗଡ ବେଦାନ୍ତ କମ୍ପାନୀର ମୁଖ୍ୟ ଗେଟ, ଜଗନ୍ନାଥ ପୁର ଛକ, ଛତ୍ରପୁର ପଞ୍ଚାୟତ ମସ୍କା ପଦର ଛକ,ଲାଞ୍ଜି ପଞ୍ଚାୟତ ମୂଷାନାଳ ଛକ,ବସନ୍ତ ପଡା ଛକ, ବେନଗାଁ ଛକ,ଲାଖବାହିଲି ଛକର ସମସ୍ତ ପ୍ରବେଶ ପଥ ବନ୍ଦ କରାଯାଇଛି ।
ଏହା ସହ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରିବା ପାଇଁ ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ଜରୁରୀ ସେବା କୁ ବାଦ ଦିଆଯାଇଛି।ଲାଞ୍ଜିଗଡ ବ୍ଳକ କଂଗ୍ରେସ ସଭାପତି ଵିଜୟ ନାଏକଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନରେ କଂଗ୍ରେସ ପକ୍ଷରୁ ପ୍ରଦୀପ ମାଝୀ, ସଦା ନାଏକ,ଗୋବିନ୍ଦ ପ୍ରଧାନୀ, ସନ୍ତୋଷ ତୁଳ, ଶିଶିର ପୁଜାରୀ, କ୍ଷିତ ନାଏକ, ରାଜେନ୍ଦ୍ର ନାଏକ,ପ୍ରମୋଦ ସାହୁ,ଜଗତ ନାଏକ, ସନ୍ତୋଷ ତାଣ୍ଡି ସମେତ ଶତାଧିକ କଂଗ୍ରେସ କର୍ମୀ ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
Edited by k.s thakur...
Tags:
Bhakta charan das
Bhubaneswar
congress
latest news
latest update
odisha closed today
odisha daily current affairs
pcc




