ବରଗଡ଼ ଜିଲ୍ଲା ରେ ବନ୍ଦ ଶାନ୍ତିପୂର୍ଣ୍ଣ ; ଚକ ଅଖ, ଦୋକାନ ବଜାର ସଂପୂର୍ଣ୍ଣ ଠପ୍...
ବରଗଡ଼,୧୭/୦୭ : ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ବରଗଡ଼ ଜିଲ୍ଲା ରେ ମଧ୍ୟ ପ୍ରଭାବ ଦେଖାଦେଇଛି।
Ad..
ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ନ୍ୟାୟିକ ତଦନ୍ତ, ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବରଖାସ୍ତ ଆଦି ଦାବି ନେଇ ଗୁରୁବାର କଂଗ୍ରେସର ଓଡ଼ିଶା ବନ୍ଦ ଡାକରା କୁ ସମର୍ଥନ ଜଣାଇ ବରଗଡ଼ ଜିଲ୍ଲା କଂଗ୍ରେସ ସାମିଲ୍ ହେବାସହ ଆନ୍ଦୋଳନ ଡ଼ାକରା ଦେଇ ସକାଳୁ ବନ୍ଦ କରିଛି।
Ad..
ଏହି ବନ୍ଦ ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିଛି।
Ad..
କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପଇଁତରା ମାରୁଥିବା ପରିଲକ୍ଷିତ ହୋଇଛି।
ବରଗଡ଼ ଜିଲ୍ଲା ର ସଦରମହକୁମା ସମେତ ପଦ୍ମପୁର, ସୋହେଲା, ପାଇକମାଳ, ବରପାଲି, ଅତାବିରା ସମେତ ସମସ୍ତ ବ୍ଲକ୍ ଅଂଚଳ ରେ ଯାତ୍ରିବାହୀ ବସ୍ ସେବା ସହ ଯାନବାହନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ସେହିପରି ଜାତୀୟରାଜପଥ ଛତିଶଗଡ଼ ରାସ୍ତା ସୋହେଲାରୁ ଅବରୋଧ ହୋଇଥିବା ଯୋଗୁଁ ଜାତୀୟରାଜପଥ ଉପରେ ଭାରିଯାନ ଅଟକିରହିଛି ।
ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ କୁ କଂଗ୍ରେସର କର୍ମୀ ଙ୍କ ଦ୍ବାରା ପିକେଟିଙ୍ଗ କରି ବନ୍ଦ କରାଯାଇଛି। ଜିଲ୍ଲାରେ ବନ୍ଦ୍ ଯୋଗୁଁ ସ୍କୁଲ,କଲେଜ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, କୋର୍ଟ କଚେରୀ ଜନସୁନ୍ଯ ହୋଇପଡିଛି ରାସ୍ତା ଶୁନଶାନ୍ ରହିଛି।
Report : Bijay ku sahu
Edited by k.s thakur...




