ଅଜଣା ଟ୍ରେଲର୍ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର...

ଅଜଣା ଟ୍ରେଲର୍ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର...


ସୁନ୍ଦରଗଡ଼,୧୬/୦୭ : ଆଜି ସକାଳ ସମୟରେ ହେମଗିର ଥାନା ଡୁରୁବଗା- କନକତୁରା  ଓସିପିଏଲ ରାସ୍ତାରେ ଅଜଣା ଟ୍ରେଲର ଧକ୍କାରେ ମାମୁ ମୃତ, ଭଣଜା ଗୁରୁତର। ମୃତକ ହେଲେ ଲେଫ୍ରିପଡ଼ା ଥାନା ବାଦିବାହାଲର ଶ୍ରବଣ ଗଉଡ଼ (୩୪)। ଗୁରୁତର ଭଣଜା ଶୁଭମ ଡିଲା (୧୪) ତାଙ୍କ ଘର ହେମଗିର ଥାନା କନିକା ପଞ୍ଚାୟତ ତିଲିଆରେ।

     Ad..


ଶ୍ରବଣ ଏମସିଏଲ ଡୁଲିଙ୍ଗା ଖଣିରେ କାମ କରୁଥିଲେ। ଆଜି ସକାଳୁ ତିଲିଆ ନିଜ ଭିଣୋଇଙ୍କ ଘରୁ ଭଣଜା ଶୁଭମକୁ  ସ୍କୁଟି (ଓଡି୨୩ଟି- ୦୮୯୬)ରେ ନେଇ  କନିକା- ଡୁରୁବଗା- କନକତୁରା ରାସ୍ତାରେ ବାଦିବାହାଲକୁ ଯାଉଥିବାବେଳେ ଓସିପିଏଲ କୋଇଲା ଖଣିକୁ ଯାଉଥିବା ଏକ ଟ୍ରେଲର୍ ପଛପଟୁ ଧକ୍କା ଦେଇଥିଲେ।

Ad..


ଭଣଜା ସ୍କୁଟିରୁ ଛିଟିକି ଦୂରରେ ପଡ଼ିଥିବାବେଳେ ମାମୁଙ୍କ ଉପରେ ଗାଡ଼ି ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ଯୁ ହୋଇଗଲା।ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

Ad..


ଏପଟେ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ପରିବାରକୁ କ୍ଷତିପୂରଣ ଓ  ସ୍ଵତନ୍ତ୍ର କୋଲ୍ କରିଡର ରାସ୍ତା ଦାବି କରି ରାସ୍ତାରୋକ କରିଛନ୍ତି। ସୂଚନା ପାଇ ହେମଗିର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।



Edited by k.s thakur...


Post a Comment

Previous Post Next Post