ସୌମ୍ୟାଶ୍ରୀଙ୍କ ପରିବାର ସହ କଥା ହେଲେ ରାହୁଲ; ଓଡ଼ିଶାରେ ଅଳକା ଲାମ୍ବା...

ସୌମ୍ୟାଶ୍ରୀଙ୍କ ପରିବାର ସହ କଥା ହେଲେ ରାହୁଲ; ଓଡ଼ିଶାରେ ଅଳକା ଲାମ୍ବା...


ଭୁବନେଶ୍ବର,୧୬/୦୭ : ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଥା ହୋଇଛନ୍ତି। ପ୍ରଭାରୀ ଅଜୟ କୁମାରଙ୍କ ଫୋନ କଲ ମାଧ୍ୟମରେ ଆଜି ସକାଳେ ସୌମ୍ୟାଶ୍ରୀଙ୍କ ବାପା ବଳରାମ ବିଶିଙ୍କ ସହ ରାହୁଲ ଗାନ୍ଧୀ କଥା ହୋଇ ସାନ୍ତ୍ୱନା ଦେଇଛନ୍ତି ଏବଂ ସୌମ୍ୟାଶ୍ରୀଙ୍କ ପରିବାରକୁ ଉଚିତ ନ୍ୟାୟ ଦେବା ପାଇଁ ଭରସା ଦେଇଛନ୍ତି। 

      Ad..


କଂଗ୍ରେସ ଦଳ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ରହିଛି ବୋଲି ସେ ସୌମ୍ୟାଶ୍ରୀଙ୍କ ବାପାଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି। ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାହୁଲ ଟ୍ୱିଟ କରି କହିଛନ୍ତି।

    Ad..


ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଆଜି ଓଡିଶା ଗସ୍ତରେ ଆସି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ସହ ସାକ୍ଷାତ କରିଛନ୍ତି।

   Ad..


ଲାମ୍ବା, ଆସନ୍ତା କାଲି ବାଲେଶ୍ୱର ଗସ୍ତରେ ଯାଇ ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାର ସହ ସମବେଦନାତ୍ମକ ସାକ୍ଷାତ କରିବା ସହ ଫକୀର ମୋହନ କଲେଜ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।



Edited by k.s thakur...

Post a Comment

Previous Post Next Post