ଗୁରୁ ଙ୍କ ସେବା ହେଉଛି ଇଶ୍ଵରଙ୍କ ସେବା ;ଡୁଙ୍ଗୁରିପାଲି ରେ ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ...
ଵରଗଡ଼/ଡୁଙ୍ଗୁରିପାଲି,୦୬/୦୭ : ଗତକାଲି ଡୁଙ୍ଗୁରିପାଲି ସାହିତ୍ୟ ସାଂସ୍କୃତିକ ସଂସଦ ଏବଂ କବି ଓ କଳାକାର ସଂଘ ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି।
Ad..
ଆଶୁ କବି ବିପ୍ର ଚରଣ ସାହୁଙ୍କ ଆବାହକତ୍ବରେ ଡ଼. ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ସମ୍ପାଦକ ଅମୂଲ୍ୟ ବେହେରାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ କବି ନିରଞ୍ଜନ ପଣ୍ଡା ମୂଖ୍ୟ ବକ୍ତା ଭାବେ ଯୋଗଦେଇ...
Ad..
ଗୁରୁ ଙ୍କ ସେବା ହିଁ ଇଶ୍ୱରଙ୍କ ସେବା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।କବି ଟିକେଲାଲ୍ ରାଉତଙ୍କ ସମେତ ଶବ୍ଦ ନୃତ୍ୟ ଗୁରୁ ଗଦାଧର ବରିହା, ଜୟଲାଲ ନାଇକ, ସୁରେଶ ପ୍ରଧାନ, ଲକ୍ଷ୍ମୀଧର ନାଏକ, ଶୁଭଲାଲ ସାହୁ, ମଧୂସୁଦନ ସାହୁ, ରାଧାକାନ୍ତ ଗଡତିଆ...
Ad..
ଇନ୍ଦିରା ସାହୁ, ଧୃବ ବାରିକ ପ୍ରମୁଖ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ପାଠ ଓ ସ୍ମୃତି ଚାରଣ କରିଥିଲେ, ଶେଷରେ ଶୁଭଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




