ବରଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ...
ବରଗଡ଼,୨୨/୦୭ : ବରଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ବୈଠକ ଗତ ସୋମବାର ଦିନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳନା ବିଭାଗ ର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ବୈଠକ ରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦାନ କରି ସଭା ର ଅଧ୍ୟକ୍ଷତା କରିଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା କୁବେର ଚରଣ ମହନ୍ତ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।
Ad..
ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡ଼ା ରାଧେଶ୍ୟାମ ଅଗ୍ରୱାଲ ପୁଷ୍ପଗୁଚ୍ଛ ଦେଇ ନୂତନ ଭାବରେ ଗଠିତ ରୋଗୀ କଲ୍ୟାଣ ସମିତି ର ଅଧ୍ୟକ୍ଷ ତଥା ବିଧାୟକଙ୍କୁ ସମ୍ମାନିତ କରିଥିଲେ।ଏହି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମ୍ପୂର୍ଣ ମାଗଣା ଚିକିତ୍ସା ଓ ତାର ଗୁଣବତ୍ତା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।
Ad..
ଡ଼ା ଅଗ୍ରୱାଲ ଉକ୍ତ ରୋଗୀ କଲ୍ୟାଣ ସମିତି ର ସମ୍ପାଦନା କରିଥିବା ବେଲେ ବିଗତ ବୈଠକ ର ବିଭିନ୍ନ ନିଷ୍ପତ୍ତି ର କାର୍ଯ୍ୟକାରିତା ଉପରେ ସୂଚନା ପ୍ରଦାନ କରିବା ସହିତ ଡାକ୍ତରଖାନାରେ ମିଳୁଥିବା ବିଭିନ୍ନ ସୁବିଧା ଯଥା ମାଗଣା ଔଷଧ ସେବା, ନିଦାନ ସେବା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ।
ଏହା ସହିତ ଡାକ୍ତରଖାନାର ପରିପାର୍ଶ୍ଵିକ ଉନ୍ନୟନ, ପରିମଳ ବ୍ୟବସ୍ତା, ରୋଗୀ ସେବା ବିବରଣୀ ତଥା ସାମଗ୍ରିକ ସୁରକ୍ଷା ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।
ରୋଗୀ କଲ୍ୟାଣ ସମିତିର ସ୍ୱାସ୍ଥ୍ୟ ସେବା କୁ ସୁଦୃଢ କରିବା ସହିତ ପରିଚାଳନା କୁ ଶୃଙ୍ଖଳିତ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ମଧ୍ୟରେ ଚିକିତ୍ସାଳୟର ପରିମଳ ବ୍ୟବସ୍ଥା, ଆଲୋକୀକରଣ, ଚିକିତ୍ସାଳୟର ସମ୍ମୁଖରେ ଖାଲିପଡିଥିବା ବାଲ୍ମୀକି ପାଠାଗାର ର ପରିତ୍ୟକ୍ତ କୋଠା ର ପୁନରୋଦ୍ଧାର ଓ ତାହାର ସୁବିନିଯୋଗ, ଖାଲିପଡିଥିବା ଡାକ୍ତରୀ ଓ ଅଣଡାକ୍ତରୀ ପଦବୀ ପୁରଣ ନିମନ୍ତେ ପଦକ୍ଷେପ, ନିଦାନ ପାଇଁ ବିଭିନ୍ନ ଜିନିଷ କ୍ରୟ, ଅସବାବ ପତ୍ର ର ମରାମତି ଉପରେ ଆଲୋଚନା କରାଯାଇଥିଲା ।
ରୋଗୀ କଲ୍ୟାଣ ସମିତି ର ଅଧ୍ୟକ୍ଷ ବିଧାୟକ ଶ୍ରୀ ଷଡ଼ଙ୍ଗୀ ପୂର୍ବ ଆର୍ଥିକ ବର୍ଷ ରେ ଡାକ୍ତରଖାନା ରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ କୁ ଅନୁମୋଦନ କରିବା ସହିତ ନୂତନ ଆଲୋଚିତ ପ୍ରସ୍ତାବ ଉପରେ ତ୍ୱରିତ ପଦକ୍ଷପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।
ନୂତନ ଭାବରେ ରୋଗୀ କଲ୍ୟାଣ ସମିତି ର ସଭ୍ୟ ମାନଙ୍କ ମଧ୍ୟରୁ ଶ୍ରୀ ସତ୍ୟଜିତ ଦାଶ, ହରେକୃଷ୍ଣ ଦାଶ, ଆଇନଜୀବୀ ସିରିଶ ବଲ୍ଲଭ ମିଶ୍ର, ଜୟନ୍ତୀ ବେହେରା, ଦିପଞ୍ଜଳି ବାଗ, ପ୍ରଶାନ୍ତ କୁମାର ମହାପାତ୍ର ଓ ଅନନ୍ତ କୁମାର ମଟାରୀ ପ୍ରମୁଖ ଉପସ୍ଥିତ ଥିଲେ ତତ୍ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଉକ୍ତ ବୈଠକ ରେ ଉପସ୍ଥିତ ଥିଲେ।
ଅତ୍ୟନ୍ତ ଜନବହୁଳ ତଥା ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବରେ କାର୍ଯ୍ୟ କରୁଥିବା ଏହି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ ସେ ସମ୍ପର୍କରେ ଅଧିକାରୀ ମାନଙ୍କୁ ସଚେତନ କରିବା ସହିତ ଆଗାମୀ ଦିନରେ ଉକ୍ତ ଡାକ୍ତରଖାନା ରେ ଏକ ମିଶନ ଶକ୍ତି କାଫେ କୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।ସଭା ଶେଷରେ ଅଧିକ୍ଷକ ଡ଼ା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




