ଉଦିତ ପ୍ରଧାନଙ୍କ ଗିରଫଦାରି ପରେ ବର୍ତ୍ତମାନ ରାଜଧାନୀରେ କଂଗ୍ରେସ ବିରୋଧୀ ପୋଷ୍ଟର୍...
ଭୁବନେଶ୍ବର,୨୨/୦୭ : ଭକ୍ତ ଦାସ ଇସ୍ତଫା ଦିଅ, ବଏକଟ୍ ଏନ୍ଏସୟୁଆଇ। ରାଜଧାନୀର ବିଭିନ୍ନ ଛକରେ ଏଭଳି ଲେଖା ଥିବା ବଡ଼ ବଡ଼ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରରେ ରାହୁଲ ଗାନ୍ଧୀ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଫଟୋ ଥିବା ବେଳେ ଜଣେ ଦେଶଦ୍ରୋହୀ ଓ ଅନ୍ୟ ଜଣେ ବଳାତ୍କାରୀ ବୋଲି ଲେଖା ଯାଇଛି।
Ad..
ତେବେ ଏହି ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଜଣେ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗତକାଲି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା ପୁଲିସ। ଏହାପରେ ଉଦିତଙ୍କୁ ଦଳ ନିଲମ୍ବନ କରିଥିଲା।
Ad..
ମହିଳା ସୁରକ୍ଷା ପ୍ରସଙ୍ଗକୁ କଂଗ୍ରେସ ରାଜ୍ୟର ମୁଖ୍ୟ ମୁଦ୍ଦା କରି ସରକାରଙ୍କୁ ପ୍ରତିଦିନ ଘେରୁଥିବା ବେଳେ ଏବେ ଏହି ପୋଷ୍ଟରକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।ଏନେଇ ନିଜର ପ୍ରତିକ୍ରିୟାରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଛୋଟ ଲୁଚକାଳି ଖେଳକୁ ମୁଁ ଡରେନି।
Ad..
ବିଜେପି ଛୁଆଙ୍କୁ ଲଗେଇ ଲୁଚିକି ସହରରେ ମୋ ପୋଷ୍ଟର ମାରିଛନ୍ତି। ଯାହା ହଉ ବିଜେପିକୁ ଧନ୍ୟବାଦ ମୋ ପୋଷ୍ଟର ମାରିଛନ୍ତି। କଂଗ୍ରେସର କାର୍ଯ୍ୟକ୍ରମକୁ ଦେଖି ସରକାର ଭୟଭୀତ।
ମୁଁ ପଛକୁ ହଟିବି ନାହିଁ। ଏବେ ମୋର ଆନ୍ଦୋଳନାତ୍ମକ ରୂପ ଦେଖୁଛନ୍ତି, ଆଗକୁ ମୋର ରାଜନୈତିକ ରୂପ ଦେଖିବେ। ମୁଁ ନୁହେଁ, ସରକାର ଆଗ ଇସ୍ତଫା ଦିଅନ୍ତୁ।
Edited by k.s thakur...
Tags:
Bhakta charan das
Bhubaneswar
BJP
congress against posters
latest news
latest update
Rahul Gandhi




