ଉଡାନ୍ ଯୋଜନାରେ ସାମିଲ ହେଉ ସତୀଭଟା ଏୟାରଷ୍ଟ୍ରିପ୍ : ବରଗଡ଼ ସାଂସଦ...

ଉଡାନ୍ ଯୋଜନାରେ ସାମିଲ ହେଉ ସତୀଭଟା ଏୟାରଷ୍ଟ୍ରିପ୍ : ବରଗଡ଼ ସାଂସଦ...


ବରଗଡ,୨୧/୦୭ : କେନ୍ଦ୍ର ସରକାରଙ୍କ ଉଡାନ୍ ଯୋଜନାରେ ବରଗଡ଼ ଜିଲ୍ଲା ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ୍ କୁ ସାମିଲ କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି କରିଛନ୍ତି। 

        Ad..


ଜିଲ୍ଲାର ପଦ୍ମପୁରରେ ଥିବା ସତୀଭଟା ଏୟାରଷ୍ଟ୍ରିପ କୁ ସାଂସଦ ତୃତୀୟ ଥର ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି । ଏହାସହ ଝାରସୁଗୁଡ଼ା ଏୟାରପୋର୍ଟର ସମ୍ପ୍ରସାରଣ ପାଇଁ ଦାବି କରିଛନ୍ତି ବରଗଡ଼ ସାଂସଦ

       Ad..


କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଭେଟି ପଶ୍ଚିମ ଓଡ଼ିଶା ହିତରେ ଏହି ଦୁଇ ବଡ଼ ଦାବି ରଖିଛନ୍ତି ବରଗଡ଼ ସାଂସଦ। ପୂର୍ବରୁ ଚଳିତବର୍ଷ ଏପ୍ରିଲ ୨ ତାରିଖରେ ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏହି ସମାନ ଦାବି ରଖିଥିଲେ। 

Ad..


ଦୃଢ଼ ସାମାଜିକ ଓ ଅର୍ଥନୈତିକ ଏବଂ ଜରୁରୀକାଳୀନ ଆବଶ୍ୟକତା ଥିବା ପୂର୍ବରୁ ସୂଚାଇଥିଲେ ମଧ୍ୟ ଉପରୋକ୍ତ ବିଷୟ ଉପରେ ଚୂଡାନ୍ତ ପ୍ରତିକ୍ରିୟା କିମ୍ବା କାର୍ଯ୍ୟ ସମ୍ବନ୍ଧୀୟ କୌଣସି ଅପଡେଟ୍ ବିଭାଗ ତରଫରୁ ମିଳିନାହିଁ ବୋଲି କହିଛନ୍ତି ବରଗଡ଼ ସାଂସଦ। 

ନୃସିଂହନାଥ ଠାରୁ ଅଳ୍ପ ଦୂରତା ରେ ରହିଛି ସତୀଭଟା ଏୟାରଷ୍ଟ୍ରିପ୍ । ଆଂଚଳିକ ବିମାନ ଗମନାଗମନ ସହ ଆଂଚଳିକ ପର୍ଯ୍ୟଟନ କ୍ଷେତ୍ର ଓ ଅର୍ଥନେତିକ ଅଭିବୃଦ୍ଧିରେ ଏହା ବେଶ ଗୁରୁତ୍ୱ ବହନ କରେ ଏହି ଅଂଚଳ । 

ଉଡାନ୍ ଯୋଜନାରେ ସତୀଭଟା ଏୟାରଷ୍ଟ୍ରିପ୍କୁ ସାମିଲ କରାଗଲେ ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ଏହା ପ୍ରବେଶ ଦ୍ୱାର ହେବ ବୋଲି କହିଛନ୍ତି ବରଗଡ଼ ସାଂସଦ। ସେହିଭଳି ପଶ୍ଚିମ ଓଡ଼ିଶାରେ ଝାରସୁଗୁଡ଼ା ବିମାନବନ୍ଦର ପ୍ରମୁଖ ବିମାନ ଚଳାଚଳ କେନ୍ଦ୍ର ଭାବେ ରହିଛି। 

ହେଲେ ସକାଳ ଓ ସଂଧ୍ୟା ସମୟରେ ଭୁବନେଶ୍ୱର କିମ୍ବା ଦିଲ୍ଲୀ ଯିବା ପାଇଁ କୌଣସି ବ୍ୟବସ୍ଥା ବା ସୁବିଧା ନାହିଁ । ଯାହାଦ୍ୱାରା ଅନେକ ସଂଖ୍ୟାରେ ବ୍ୟବସାୟୀ, ପ୍ରଶାସନିକ ପରିଚାଳକ ଓ ଜରୁରୀ ମେଡ଼ିକାଲ ସେବାରୁ ବଂଚିତ ହେଉଛନ୍ତି। 

ଏହି ଅଂଚଳର ଲୋକସଂଖ୍ୟା ବୃଦ୍ଧି ଓ ଶିଳ୍ପାଂଚଳକୁ ନଜରରେ ରଖି ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ବିଶାଖାପାଟଣା, ହାଇଦ୍ରାବାଦ୍ ଓ କୋଲକାତା ଭଳି ମେଟ୍ରୋ ସ୍ଥାନକୁ ପ୍ରତିଦିନ ବିମାନ ଚଳାଚଳ  ପାଇଁ ଦାବି ରଖିଛନ୍ତି । 

ଏସବୁ ଦିଗରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖୁବଶୀଘ୍ର ଏ ଦିଗରେ ତ୍ୱରୀତ ପଦକ୍ଷେପ ନେବାକୁ ବେସାମରିକ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।



Report : Bijay ku sahu

Edited by k.s thakur...

1 Comments

  1. ମୋର ପୁଥି ହେବାର ତକ ହୋଇଯିବା, ଟିକେ ଦମ ଧର.

    ReplyDelete
Previous Post Next Post