ବରଗଡ଼ ଜିଲ୍ଲା ଭଟଲି ଯୁବ ବିଧାୟକ ଇରାସିସ୍ ଆଚାର୍ଯ୍ୟ ଙ୍କ ୧୦୦ ଦିନ ର ଜନତା ଦରବାର...

ବରଗଡ଼ ଜିଲ୍ଲା ଭଟଲି ଯୁବ ବିଧାୟକ ଇରାସିସ୍ ଆଚାର୍ଯ୍ୟ ଙ୍କ ୧୦୦ ଦିନ ର ଜନତା ଦରବାର...


ବରଗଡ଼,୧୫/୦୭ : ଡବଲ ଇଞ୍ଜିନ ସରକାର ର ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ରେ ପ୍ରଥମ କରି ଇରାସିସ୍ ଆଚାର୍ଯ୍ୟ ବିଜୟୀ ହୋଇ ବିଧାୟକ ହେବା ୩୬୫ ଦିନ ମଧ୍ୟରେ କେବଳ ୧୦୦ ଦିନ ଜନତା ଦରବାର ରେ ନିଜ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ଅଭିଯୋଗ...

Ad..


ଶୁଣାଣୀ କରି ପ୍ରାୟ ୧୦ ହଜାର ଜନସାଧାରଣ ଙ୍କ ଅଭିଯୋଗ ଶୁଣି ତା'ର ସମାଧାନ ଉଦ୍ଯମ କରି ଜନସାଧାରଣ ଙ୍କ ଆସ୍ଥା ଭାଜନ ହେବାରେ ସହାୟକ ହୋଇ ପାରିଛନ୍ତି। ବର୍ଷକ ମଧ୍ୟରୁ ସମସ୍ତ ବିଧାନସଭାରେ ଭାଗନେଇ ଦଳିୟ କାର୍ଯ୍ୟକ୍ରମ ରେ ଯୋଗଦାନ ଦେବାସହ ୧୦୦ ଦିନ ର ଜନଶୁଣାଣୀ ଶିବିରର କରିପାରିଛନ୍ତି। 

      Ad..


କେବଳ ଏତିକି ନୁହେଁ ଏକ ବର୍ଷ ପୂର୍ତ୍ତି ଅବସରରେ ନିଜର ରିପୋର୍ଟ କାର୍ଡ ପ୍ରସ୍ତୁତ କରିପାରିଛନ୍ତି। ସମଗ୍ର ବରଗଡ଼ ଜିଲ୍ଲା ରେ ଏହା ହେଉଛି ବିଧାୟକ ଇରାସିସ ଆଚାର୍ଯ୍ୟ ଙ୍କ ସଫଲତା ଓ ଐତିହାସିକ କାର୍ଯ୍ୟକ୍ରମ ଏହାକୁ ନେଇ ବିଧାୟକ ଜନସେବା ହେଉଛି ମୋର ପ୍ରଥମ ଓ ପରମ କର୍ତ୍ତବ୍ୟ ବୋଲି କହିଥିବା ବେଳେ ପ୍ରତିନିଧି ହେବାର...

Ad..


ଏକ ବର୍ଷ ମଧ୍ୟରେ ୧୦୦ ଦିନ ଅଭିଯୋଗ ଶୁଣାଣୀ ମାଧ୍ୟମରେ ଦଶ ହଜାର ରୁ ଅଧିକ ଜନସାଧାରଣଙ୍କ ଅଭିଯୋଗ, ସମସ୍ୟା ଓ ଆଶା-ଆକାଂକ୍ଷା ଶୁଣି ସହଯୋଗ ଉଦ୍ୟମ ପାରିବା ମୋ ପାଇଁ ଗର୍ବର ବିଷୟ । ଆଗାମୀ ଦିନରେ ବି ଏହି ମାନବୀୟ ଦୃଷ୍ଟିକୋଣ ଓ ଜନକଳ୍ୟାଣକୁ ଅଗ୍ରଗତି ଦେବା ପାଇଁ ମୁଁ ପ୍ରତିବଦ୍ଧ।

ଏହି ଯାତ୍ରା ଆପଣଙ୍କ ଆଶୀର୍ବାଦ ଓ ସହଯୋଗର ବୋଲି ଯୁବ ବିଧାୟକ ଇରାସିସ୍ କହିଛନ୍ତି ଯାହା କି ବରଗଡ଼ ଜିଲ୍ଲା ରାଜନୈତିକ ଦୃଷ୍ଟିକୋଣ ରୁ ନୂଆ ଇତିହାସ ସୃଷ୍ଟି କରିଛି। ୧୦୦ ଦିନ ପୂର୍ତ୍ତି ର ଜନତା ଦରବାରରେ ନିଜ ନିଜର ଅଭିଯୋଗ ନେଇ ଆସିଥିବା ସମସ୍ତଙ୍କୁ ଭଟଲି ବିଧାୟକ ଚାରା ବଣ୍ଟନ କରି ଯତ୍ନ ନେବାକୁ ଅନୁରୋଧ କରି ବୃକ୍ଷ ରୋପଣ ବିଷୟରେ ବାର୍ତ୍ତା ଦେଇଥିଲେ।

ଉକ୍ତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ରାଜ୍ୟ ପରିଷଦ ସଦସ୍ୟ ଅଚୁତ ବୁଦ୍ଧିଆ, ଜିଲ୍ଲା ସମ୍ପାଦକ ଅକ୍ଷୟ ନାୟକ, ମଣ୍ଡଳ ସଭାପତି ମାଧବ ଚରଣ ପ୍ରଧାନ, ଗୋପାଳ ନାୟକ, କାର୍ତିକ ଦେହେରୀ, ମନୋଜ ସେଠ, ଲୋକେଶ୍ୱର ସିଂ ବରିହା, ବରିଷ୍ଠ କାର୍ଯ୍ୟକର୍ତା ନିତ୍ୟାନନ୍ଦ ମହାପାତ୍ର,ପ୍ରତାପ ପଧାନ, ଶାନ୍ତି ସାହୁ,ଦିଲୀପ ବାବା, ବାଲକୃଷ୍ଣ ଭୋଇ ଙ୍କ ସମେତ ସମସ୍ତ ସକ୍ରିୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post