ନିଷ୍ଠା ପରିବାର ତରଫରୁ ମଗଣା କ୍ୟାନସର ପରୀକ୍ଷା ଶିବିର...
ବରଗଡ଼,୧୫/୦୭ : ଆଜି ମଙ୍ଗଳବାର ଦିନ ବରଗଡ଼ ସ୍ବୟଂସିଦ୍ଧା ଭବନ ଠାରେ ନିଷ୍ଠା ପରିବାର ଓ ବାଲକୋ ମେଡିକାଲ ସେଣ୍ଟର ନୂଆଁ ରାୟପୁର ର ମିଳିତ ଆନୁକୁଲ୍ୟରେ ଏକ ମଗଣା କ୍ୟାନସର ସ୍କ୍ରିନିଂ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।
Ad..
ଏହି ମାଗଣା ସ୍ବାସ୍ଥ୍ୟ ଶିବିର ରେ ବରଗଡ଼ ଜିଲ୍ଲା ର ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ କୁବେର ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ମ୍ୟାମୋଗ୍ରାଫି ଭ୍ୟାନ ରେ ମାଗଣା ମ୍ୟାମୋଗ୍ରାଫି ସହ ପ୍ୟାପସିମିୟର ପରୀକ୍ଷା କରାଯାଇଥିଲା।
Ad..
ଏହି ଶିବିର ରେ ବାଲକୋ ମେଡିକାଲ ସେଣ୍ଟର ରାୟପୁର ର ଡା. ଶ୍ରବଣ ନାଦକର୍ଣୀ (କ୍ୟାନସର ରୋଗ ବିଶେଷଜ୍ଞ)ଡା. ହେମଲତା ସିଂ (ସହାୟକ ଡାକ୍ତର),ସତ୍ଯ ପ୍ରକାଶ ଆଚାର୍ଯ୍ଯ (ପରିଚାଳକ)ରାମେଶ୍ଵର ତ୍ରିପାଠୀ (ପ୍ରତିନିଧି)ଏବଂ ବାଲକୋ ମେଡିକାଲ ସେଣ୍ଟର, ନୂଆ ରାୟପୁର ର ମେଡିକାଲ କର୍ମଚାରୀ ଙ୍କ ସମେତ...
Ad..
ନିଷ୍ଠା ପରିବାର ର ଉପଦେଷ୍ଟା ଆଶିଷ କର ,ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ, ଉପ ସଭାପତି ଶ୍ରୀ ସଚି ପଣ୍ଡା,ସମ୍ପାଦକ ଶ୍ରୀ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ଏହି ଶିବିର ରେ ସର୍ବମୋଟ ୫୩ଜଣ ରୋଗୀ ଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ନିଷ୍ଠା ପରିବାର ସହ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିଥିବାରୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ବାଲକୋ ମେଡ଼ିକାଲ ସେଣ୍ଟର ଙ୍କୁ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
Report : Bijay ku sahu
Edited by k.s thakur...




