ବରଗଡ଼ ଲାୟନ୍ସ କ୍ଲବ ର ସ୍ଥାପନା ଦିବସ ପାଳିତ...

ବରଗଡ଼ ଲାୟନ୍ସ କ୍ଲବ ର ସ୍ଥାପନା ଦିବସ ପାଳିତ...


ବରଗଡ଼,୧୫/୦୭ : ହୋଟେଲ ଗଣପତି ଠାରେ ବରଗଡ଼ ଲାୟନ୍ସ କ୍ଲବ ର ୪୬ ତମ ସ୍ଥାପନା ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି।

        Ad..


କ୍ଲବ ସଭାପତି ମନୋଜ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ସଂପାଦକ ଅଭୟ କୁମାର ଭୋଇ ସମ୍ପାଦକୀୟ ଅଭିଭାଷଣ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ ଡାକ୍ତର ଦୂର୍ଗେସ ନନ୍ଦିନୀ ବିଶ୍ବାଳ ସମ୍ମାନୀୟ ଅତିଥି ଓ ପୂର୍ବତନ ଡିସ୍ଟି୍କ ଗଭର୍ଣ୍ଣର ପ୍ରବୀଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

      Ad..



ପ୍ରବୀଣ ଅଗ୍ରୱାଲ ଙ୍କ ଦ୍ଵାରା ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ନୂତନ ଦାୟିତ୍ବ ଗ୍ରହଣ କରିଥିବା ସଦସ୍ୟ/ସଦସ୍ୟା ମାନଙ୍କୁ ସପଥ ପାଠ କରାଇଥିଲେ। ସଭାପତି ଶ୍ରୀ ମହାପାତ୍ର ସଚିବ ଶ୍ରୀ ଭୋଇ, କୋଷାଧ୍ୟକ୍ଷ ଶୁଶାନ୍ତ ତ୍ରିପାଠୀ, ସମେତ ସେମାନଙ୍କ ନେତୃତ୍ୱରେ ରହିଥିବା କ୍ଲବ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

    Ad..


ପୂର୍ବତନ ଡିସ୍ଟିକ ଗଭର୍ଣ୍ଣର ଲାୟନ୍ସ ଦୂର୍ଗା ପ୍ରସାଦ ଶର୍ମା, ପୂର୍ବତନ ସଭାପତି କିଶନ ଲାଲ୍ ଅଗ୍ରୱାଲ, ଜୋନାଲ ଚେୟାରପାର୍ସନ ଜୟନ୍ତୀ ବେହେରା,ରିଜିଓନାଲ ଚେୟାରପାର୍ସନ ସୁନୀଲ ବାଙ୍କା, ଚାର୍ଟାଡ ମେମ୍ବର ଡାକ୍ତର ଓମ୍ ପ୍ରକାଶ ଲାଠ, କ୍ଲବ ସମ୍ପର୍କରେ ନିଜ ନିଜ ମତ ରଖିଥିଲେ।

ଏହି ଅବସରରେ ବିଭିନ୍ନ ସାମାଜିକ ସଂସ୍ଥା ରୁ ଆସିଥିବା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସଭାପତି ଶ୍ରୀ ମହାପାତ୍ର ତାଙ୍କର ଅଭିଭାଷଣରେ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଓ ସେବା ଗ୍ରାମର ଉନ୍ନତି ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। 

ଲାୟନ୍ସ ଓ ଲିଓ କ୍ଲବ ର ସମସ୍ତ ସଦସ୍ୟ/ସଦସ୍ୟା ସପରିବାର ଯୋଗଦେଇ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଲାୟନ୍ସ ଆୟୁଷ ଗୁପ୍ତା ଓ ତାଙ୍କ ଟିମ୍ ସୁଚାରୁରୂପେ ପରିଚାଳନା କରିଥିଲେ।ଶେଷରେ ସଂପାଦକ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...


Post a Comment

Previous Post Next Post