ନୃସିଂହନାଥ ରୂପାନ୍ତରଣ କାମରେ କୋଟି କୋଟି ଟଙ୍କା ପାଣିରେ ଧୋଇ ହେଉଛି ତଦନ୍ତ ସହ ଦୃଢ଼ କାର୍ଯାନୁଷ୍ଠାନ ଦାବି...

ନୃସିଂହନାଥ ରୂପାନ୍ତରଣ କାମରେ କୋଟି କୋଟି ଟଙ୍କା ପାଣିରେ ଧୋଇ ହେଉଛି ତଦନ୍ତ ସହ ଦୃଢ଼ କାର୍ଯାନୁଷ୍ଠାନ ଦାବି...


ବରଗଡ଼,୧୪/୦୭ : ଦୁଇ କୋଟି ଟଙ୍କା ବ୍ୟୟ କରି ଗତ ସରକାର ଙ୍କ ସମୟରେ ନୃସିଂହନାଥ ମନ୍ଦିରର ରୂପାନ୍ତିକରଣ ନାମରେ ରେ  ସୌନ୍ଦର୍ଜୀ କରଣ କାମ ହୋଇଥିଲା। ହେଲେ ବର୍ତ୍ତମାନ ଦୁଇ ବର୍ଷ ବି ନପୂରୁଣୁ ଦେଖା ଦେଲାଣି ନୂତନ ଭବନ ର କାନ୍ଥ ରେ ଫଟ ଓ ଫ୍ଲୋର ତଳୁ ଲିକେଜ। 

     Ad..


ତେବେ ପ୍ରକୃତରେ ଏହା କାହା ଭୁଲ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି ସ୍ଥାନୀୟ ଜନତା। କେଉଁଠି କାନ୍ଥ ରେ ପାଣି ଗଳୁଛି ତ ଆଉ କେଉଁଠି ଫ୍ଲୋର ତଳୁ ପାଣି ବାହାରୁଚି ତ ଆଉ କୋଉଠି କାନ୍ଥରେ ଦେଖା ଦେଲାଣି ଫାଟ। 

    Ad..


ପଶ୍ଚିମ ଓଡିଶା ର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଠାରେ  ଗତ ସରକାର ଙ୍କ ସମୟରେ ଫାଇଭଟି ଯୋଜନାର ରୂପାନ୍ତ୍ରିକରଣ ପାଇଁ ୨କୋଟି ୭୦ ଲକ୍ଷ ଟଙ୍କା ବିନିମୟ ରେ ହୋଇଥିଲା ସୌନ୍ଦର୍ଜିକରଣ ଓ ଅତ୍ୟାଧୁନିକ ଗୃହ ନିର୍ମାଣ କାର୍ଯ୍ୟ। 
Ad..





ଯେଉଁଠି ମନ୍ଦିର ପାଇଁ କାର୍ଯ୍ୟାଳୟ, ଭୋଗ ମଣ୍ଡପ,ଯାତ୍ରୀ ଙ୍କ ସୁବିଧା ପାଇଁ ବିଶ୍ରାମ ଗୃହ, ସୂଚନା କେନ୍ଦ୍ର ଓ ଶୌଚାଳୟ ଆଦିର ନିର୍ମାଣ କରାଯାଇଥିଲା। ଦୁଇ ବର୍ଷ ବି ନଯାଉଣୁ  ଅଢେଇ କୋଟି ଟଙ୍କା ବିନିମୟ ରେ ହୋଇଥିବା କାର୍ଯ୍ୟ ର ଅସଲ ଚିତ୍ର କୁ ନେଇ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ଦେଖାଦେଇଛି। 

ରୂପାନ୍ତରିତ କାର୍ଯ୍ୟ ସମୟରେ କିନ୍ତୁ ଅନିୟମିତତା ଓ ନିମ୍ନମାନର କାର୍ଯ କୁ ନେଇ ମନ୍ଦିର ପରିଚାଳନା କମିଟି, ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟି, ଗନ୍ଧମାର୍ଦ୍ଦନ ଗବେଷଣା ପ୍ରତିଷ୍ଠାନ ସମେତ ସେଖ ମୁଜାଫର ହୁସେନ, ରୋଶନ ପାଣିଗ୍ରାହୀ, ସୁବୋଧ ପଣ୍ଡା, ଆଇନଜୀବୀ  ଅଜିତ ଶତପଥୀ, ବିଭିନ୍ନ ଅନୁଷ୍ଠାନ ଓ ଅଂଚଳବାସୀ ଙ୍କ ତରଫରୁ ଅଭିଯୋଗ ସତ୍ୱେ ମଧ୍ୟ ଉଦ୍ଘାଟନ ପାଇଁ କିଛି ନଶୁଣି ତରବରିଆ ଭାବରେ ମାତ୍ର ୩ମାସ ଭିତରେ  ଭବନ ନିର୍ମାଣ ଶେଷ କରି  ଉଦଘାଟନ କରାଯାଇଥିଲା। 

ଦୁଇ ମାସ ନପରୁଣୁ ଝରକା ରେ କଳଙ୍କି ଲାଗି ଭାଙ୍ଗିବାକୁ ବସିଥିବା ବେଳେ ନିର୍ମିତ ନୂତନ କାନ୍ଥ ମାନଙ୍କ ରେ ଦେଖା ଯାଉଛି ବିରାଟ ବିରାଟ ଫାଟ ଯାହାକୁ ନେଇ ଅଭିଯୋଗ ପରେ ପୂର୍ତ୍ତ ବିଭାଗ ପକ୍ଷ ରୁ ଚୂନ ମାରି ଫାଟ ଲୁଚାଇବା ପାଇଁ ଚେଷ୍ଟା କରାଯାଉଥିବା ବେଳେ କିନ୍ତୁ ବର୍ଷା ପାଣି କାନ୍ଥ ରେ ସିପେଜ ହୋଇ କାର୍ଯ୍ୟ ର ମାନ ର ପ୍ରମାଣ ଦେଉଛି। 

ସେହିପରି ଗୋଟିଏ କି ଦୁଇଟି ନୁହଁ ବରଂ ବ୍ୟବହାର ନାହାଉନୁ ପାଖା ପାଖିସାତ ଟି ଜାଗାରେ ଫ୍ଲୋରିଙ୍ଗ ତଳେ ଏବଂ ବାର୍ଥ ରୁମ କାନ୍ଥ ପଟୁ ପାଣି ପାଇପ ଫାଟି ଝରଣା ଭଳିଆ ପାଣି ବାହାରୁଥିବା ଦେଖିବାକୁ ମିଳିଛି। 

ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଙ୍କୁ ପଚାରିବା ରୁ ପୂର୍ତ୍ତ ବିଭାଗ କୁ ଏ ବିଷୟରେ ଅବଗତ କରାଯାଇଛି ଏବଂ ଶୀଘ୍ର ବର୍ଷା ରୁ କାନ୍ଥ ସିପେଜ କୁ ଅଟକାଇବା ପାଇଁ ଭବନ ଉପରେ ଆଜବେଷ୍ଟର କାମ କରାଯିବା ସୂଚନା ଦେଇଥିବା କହିଥିବା ବେଳେ..

କୋଟି କୋଟି ବ୍ୟୟରେ ନିର୍ମିତ ଏହି ଭବନ ର ଗ୍ୟାରେଣ୍ଟି କେତେ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଥିବା ବେଳେ  ଉକ୍ତ ଠିକାଦାର ଓ ବିଭାଗୀୟ ମନ୍ତ୍ରୀ ଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ବିଭିନ୍ନ ଅନୁଷ୍ଠାନ ଜିଲ୍ଲା ପ୍ରଶାସନ ଓ ସରକାର ଙ୍କୁ ଚେତାବନୀ ଦେଇଛନ୍ତି।


 

Report : Bijay ku sahu

Edited by k.s thakur...

Post a Comment

Previous Post Next Post