ବରଗଡ଼ ଜିଲ୍ଲା ପଦ୍ମପୁର ରେ ମୁହୁରୀ ଉତ୍ସବ ଅନୁଷ୍ଠିତ...
ବରଗଡ,୧୪/୦୭ : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥାନୀୟ ରାଜାଜୀ ଟାଉନ୍ ହଲଠାରେ ସଙ୍ଗୀତ ସମିତି ପଦ୍ମପୁର ଆନୁକୁଲ୍ୟରେ ୫ମ ବୋରା ସମ୍ବର ମୁହୁରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।
Ad..
ଏହି ଅବସରରେ ବୋରା ସମ୍ବରର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ କଳାକାର ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।ପରେ ଆୟୋଜିତ ସଭାରେ ପ୍ରଫେସର କେଶରଞ୍ଜନ ପ୍ରଧାନ ସଭାପତିତ୍ବ କରିଥିବାବେଳେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ମୋତିରାମ ଚୈ।ହାତ ମୁଖ୍ୟଅତିଥି ଭାବେ ଯୋଗଦେଇ...
Ad..
ମାଁ ସମଲେଇ ଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା ପୂର୍ବକ, ଉତ୍ସବକୁ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।ଓଡ଼ିଶା ର ବରିଷ୍ଠ ନାଟ୍ୟକାର ଅଶୋକ ବହିଦାର, ସୁରେନ୍ଦ୍ର ସାହୁ, ବିଶିଷ୍ଟ ଅଭିନେତା ବିଶ୍ରାମ ମେହେର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମୁହୁରୀ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ।
Ad..
ହଜି ଯାଉଥିବା ମୁହୁରୀର ସଂରକ୍ଷଣ ଓ ପ୍ରସାରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାପାଇଁ ମତ ପ୍ରକାଶ ପାଇଥିଲା ।ସମ୍ପାଦକ ରମେଶ ଗୁର୍ଲାଙ୍କ ସଂଯୋଜନାରେ ସମସ୍ତ ଲୋକ କଳାକାର ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।ସଭାପତି ରାଜେଶ ଗୁର୍ଲ୍ଲା ଧନ୍ୟବାଦ୍ ଅର୍ପଣ କରିଥିଲେ।
ପରେ କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗୋପବନ୍ଧୁ ଶିକା, କଳାକାର ଅଶ୍ୱିନୀ ପଟେଲ, ଆଶିଷ କନ୍ଧେର, ବୁଲୁ ବଇକାର, ଦିବ୍ୟ କିଶୋର ବରିହା , ଦିନବନ୍ଧୁ ବାରିକ, ଅଜିତ ବିଶ୍ୱାସ,ଟେନେସ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
Report : Bijay ku sahu
Edited by k.s thakur...




