ଫସଲବୀମା ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ରେ କୃଷକ ସଂଗଠନ ର ଲିଖିତ ଅଭିଯୋଗ...

ଫସଲବୀମା ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ରେ କୃଷକ ସଂଗଠନ ର ଲିଖିତ ଅଭିଯୋଗ...


ବରଗଡ଼,୧୪/୦୭ : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର କୃଷକ ସଂଗଠନ ର ସଦସ୍ୟ ମଣ୍ଡଳୀ ପଦ୍ମପୁର ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଫସଲ ବୀମା ସମସ୍ୟା ର ସମାଧାନ ପାଇଁ ଲିଖିତ ଭାବେ ଉପସ୍ଥାପନା କରିଛନ୍ତି। 

     Ad..


ଚଳିତ ଖରିଫ ଋତୁ ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଂଗଠନ ର ଅଭିଯୋଗ ପରେ ବର୍ତ୍ତମାନ ସୁଦ୍ଧା ଓଡିଶା ସରକାର ଵିଜ୍ଞାପନ ଦେଇଥିଲେ ମଧ୍ୟ ପୋଟାଳ ଖୋଲୁନଥିବା ବେଳେ କେନ୍ଦ୍ର ସରକାର ଯୋଜନା ରେ ସଂଶୋଧନ କରି ଏଗ୍ରିଷ୍ଟେକ ଆଇ ଡି ରେ କୃଷକ ରେଜିଷ୍ଟ୍ରି ହୋଇନଥିଲେ...

     Ad..



ଅଣ ଋଣୀ ବା ଭାଗ ଚାଷୀମାନେ ବୀମା ଭୁକ୍ତ ହୋଇପାରିବେ ନାହିଁ ବୋଲି ନିଷ୍ପତ୍ତି କୁ ଦୃଢ ବିରୋଧ କରି ତୁରନ୍ତ ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ବୀମା ଭୁକ୍ତ କରିବାର ଅଧିକାର ଦିଆଯାଉ ନ ହେଲେ ଚାଷ କରିଥିବା ଚାଷୀମାନଙ୍କର କ୍ଷୟକ୍ଷତି ହେଲେ ସରକାର ଏବଂ ପ୍ରଶାସନ ଦାଇ ରହିବେ ବୋଲି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। 

Ad..


ବାରମ୍ବାର ପ୍ରାକୃତିକ ବିପର୍ଯୟ କାରଣ ରୁ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଥୁବା ବେଳେ ଏହି ପରି ନିଷ୍ପତ୍ତି ଓଡ଼ିଶାର ଚାଷୀମାନଙ୍କୁ ନିରାଶ କରିଛି। 

ଏହି ନିର୍ଦେଶନାମାରେ ଆହୁରୀ ମଧ୍ୟ ଉଲ୍ଲେଖ ଅଛିଯେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ସରକାରୀ ସୁବିଧା (ପିଏମ କିସାନ, ସିଏମ କିସାନ, ସରକାରୀ ସବସିଡ଼ି, ଋଣ ଏପରିକି ଆଗାମୀ ଦିନରେ ବଂଶୀୟ ହୋଇ ଆର ୱାର ରେ ନାମ ନଥିଲେ ଧାନ ବିକ୍ରି ପାଇଁ ମଧ୍ୟ ଅସୁବିଧା ହେବ) ପାଇବାକୁ ହେଲେ ଏଗ୍ରିଷ୍ଟେକ ଆଇ ଡି ରେ କୃଷକ ସାମିଲ ହେବାକୁ ବାଧ୍ୟ ଅଟନ୍ତି। 

ଓଡିଶା ପରିପେକ୍ଷିରେ ବିଚାର କଲେ ଏଗ୍ରିଷ୍ଟେକ ରେ ସାମିଲ ହେବାକୁ ହେଲେ ଜମିମାଲିକାନା ସତ୍ୱ ଥିବା ଜରୁରୀ ଅଟେ ଯଦି ବଂଶୀୟ ହକଦାର ମାନେ ଏଗ୍ରିଷ୍ଟେକ ରେ ପଞ୍ଜିକରଣ କରିବାକୁ ଚାହିଁଲେ ମଧ୍ୟ ତାହା ହେଉନାହିଁ ଏଣୁ ଏଗ୍ରିଷ୍ଟେକ ର ନିୟମାବଳୀ ପରିବର୍ତ୍ତନ କରାଯାଉ ନ ହେଲେ ବଂଶୀୟ ଅଧିକାରୀ ମାନଙ୍କୁ ମଧ୍ୟ କେମିତି ସାମିଲ ହେବେ ସେଦିଗରେ ପଦକ୍ଷେପ ନେବେ ବୋଲି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି। 

ଏହି ଜନଶୁଣାଣିରେ ପଦ୍ମପୁର, ବିଜେପୁର, ଗାଇସିଲେଟ, ସୋହେଲା, ଝାରବନ୍ଧ, ପାଇକମାଲ ଏବଂ NSC,ପଦ୍ମପୁର ବ୍ଲକ ର ପ୍ରତିନିଧି ମଣ୍ଡଳୀ ର ଲିଙ୍ଗରାଜ ପଧାନ, ସୁବାସ ସାମନ୍ତରାୟ, ମୁରଲୀ ଭୋଇ, ବିଭୁଦତ୍ତ ସାହୁ,କ୍ଷୀରୋଦ୍ର ପଧାନ, ମହେନ୍ଦ୍ର ପଧାନ, କୈଳାଶ ବାରିକ, ଆନନ୍ଦ ପଧାନ, ସରୋଜ ସାହୁ ଦେବରାଜ ସାହୁ ଏବଂ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର ଯୋଗଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post