ଅଶୁରଗଡରେ ଗୁରୁ ଭଗବାନ ସାହୁଙ୍କ ଜନ୍ମ ବାର୍ଷିକୀ ଅନୁଷ୍ଠିତ...
ବରଗଡ଼/ରାମପୁର,୧୪/୦୭ : ରାମପୁର ନିକଟସ୍ଥ ଅଶୁରଗଡ ଠାରେ ଗୁରୁ ଭଗବାନ ସାହୁ ଶବ୍ଦ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଶବ୍ଦ ନୃତ୍ୟର ପ୍ରଣେତା ଗୁରୁ ଭଗବାନ ସାହୁଙ୍କ ,୯୫ ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଅଛି।
Ad..
ସୁରେନ୍ଦ୍ର ବୀର ଭୂବନ ଭୋଇ ଗୁରୁ ବନ୍ଦନା ଗାନ କରିଥିଲେ ଆବାହକ କବି ଉଦ୍ଧବ ବାରୀକ ଅତିଥି ପରିଚୟ ପ୍ରଦାନ କରିଥିଲେ,ସ୍ବାଗତ ଅଭିଭାଷଣ ଦେଇଥିଲେ ଉଦ୍ୟୋକ୍ତା ଶିକ୍ଷାବିତ୍ ନବିନ ପାଢ଼ୀ, ବରିଷ୍ଠ କବି ସନ୍ତୋଷ ପ୍ରଧାନ ଙ୍କ ସଭାପତିତ୍ବରେ, କବି ହୃଷୀକେଶ ଡାଙ୍ଗଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ)...
Ad..
ମୂଖ୍ୟ ବକ୍ତା କବି ହିମାଂଶୁ ଭୂଷଣ ପଣ୍ଡା ସମ୍ମାନିତ ଅତିଥି କବି ଟିକେଲାଲ୍ ରାଉତ, ସଂଖ୍ୟା ନାଇକ, ବସୁଦେବ ପଧାନ, ଶବ୍ଦ ନୃତ୍ୟ ଗୁରୁ ଗଦାଧର ବରିହା ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କ ଭାଷା କଳା ସଂସ୍କୃତି ପାଇଁ ସାରା ଜୀବନ ତ୍ୟାଗ ଅବଦାନ ଉପରେ ଆଲୋକପାତ କରିଥିଲେ।
Ad..
ଏହି ଅବସରରେ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ଆସର ଅନୁଷ୍ଠିତ ହୋଇଥିଲା, ଜୟଲାଲ ନାଇକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ନୀଳମଣି କର୍ଣ୍ଣ , ବୈରାଗୀ କମ୍ପ, ଯଦୁମଣି ସେଠି,ସୁଦାମ ଭୋଇ,ଅନିଲ ନାଇକ, ଦୁଃଶାସନ ମେଣ୍ଡଲୀ, ଗଙ୍ଗା ହରିପାଳ, ଗରିବ ହରିପାଳ,ରମା ବହ୍ଲବ ବାରିକ ଆଦି ସହଯୋଗ କରିଥିଲେ।ଶେଷରେ ଶାସ୍ବତ ସମ୍ବିତ ନନ୍ଦନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...




