ବରଗଡ଼ ପଦ୍ମପୁର ଏନ୍ ଏ ସି ରେ ପାଇପ୍ ବିଛା କାମ ନିମ୍ନାନର, ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଦାବି କଲେ କାଉନସିଲର...

ବରଗଡ଼ ପଦ୍ମପୁର ଏନ୍ ଏ ସି ରେ ପାଇପ୍ ବିଛା କାମ ନିମ୍ନାନର, ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଦାବି କଲେ କାଉନସିଲର...


ବରଗଡ଼,୧୪/୦୭ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଦିର୍ଘ ତିନି ଦଶନ୍ଧି ଧରି ଦେଖାଦେଇଥିବା ପାନୀୟ ଜଳ ଯୋଗାଣ ସମସ୍ୟା ର ସମାଧାନ କରିବା ପାଇଁ ସହରରେ ପାଇପ୍ ବିଛା କାମ କରାଯାଉଅଛି।

Ad..


ହେଲେ ପିଏଚଡ଼ି ବିଭାଗ ର ଖାମଖିଆଲି ଯୋଗୁଁ ବିଭିନ୍ନ ସ୍ଥାନରେ ପାଇପ୍ ଫାଟି ଜଳଯୋଗାଣ ରେ ସମସ୍ୟା ସାଙ୍ଗ କୁ ପାଣି ଦୂଷିତ ହେଉଛି । ଏପଟେ ପାଇପ୍ ବିଛା କାମ ପ୍ରତ୍ୟକ୍ଷ ତତ୍ବାବଧାନରେ ହେଉନଥିବା ଓ ରାତି ସମୟରେ କାମ କରାଯାଇ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ହୋଇଛି। 

     Ad..


ପଦ୍ମପୁର ଏନ୍ ଏ ସି ର କାଉନସିଲର ଚିନ୍ମୟ କୁମାର ପଣ୍ଡା  ଓ ପ୍ରିୟ ରଂଜନ ଭୋଇ ଙ୍କ ଲିଖିତ ଅଭିଯୋଗ ଅନୁସାରେ ପିଏଚଡ଼ି ବିଭାଗ ଓ ଠିକାଦାର ଙ୍କ କାମ ର ତାଲମେଲ ରହୁନାହିଁ। 

Ad..


ପାଇପ୍ ବିଛା କାମ ମାତ୍ର ଦୁଇଫୁଟ ମାଟି ଖୋଳି ବିନା ବାଲିରେ ତରବରିଆ ଭାବରେ ଗାତ ଖୋଲି ପୋତା ଯାଇଛି।ଫଳରେ ବର୍ଷା ଯୋଗୁଁ ଉକ୍ତ କାମରେ ପାଇପ୍  କାମ ଶେଷ ହେବା ପୂର୍ବରୁ ଫାଟିବା ଆରମ୍ଭ ହେଲାଣି ଏପଟେ ଥାନା ଛକରୁ ଆମ୍ବେଦକର ଛକ ଦୋରା ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ କାମ ନିମ୍ନ ହୋଇଥିବା ଅଭିଯୋଗ କରି ପାଇପ୍ ପୋତା ହେବାପରେ ରାସ୍ତା ଆଉ ତିଆରି କରାଯାଇନାହିଁ।

ଗାତ ଥିବାରୁ ଲୋକ ବିପଦପୂର୍ଣ୍ଣ ଅବସ୍ଥା ରେ ଯିବାଆସିବା କରୁଛନ୍ତି। ଆହୁରି ମଧ୍ୟ ପିଏଚଡ଼ି ବିଭାଗ କୈାଣସି ସମସ୍ୟା ପ୍ରତି ଗୁରୁତ୍ବ ଦେଉ ନ ଥିବା ର କାଉନସିଲର ଅଭିଯୋଗ କରିଛନ୍ତି। 

ପିଏଚଡ଼ି ପାଇପ୍ ଫାଟି ଜଳଯୋଗାଣ ସମୟରେ ଡ୍ରେନ ଗୁଡ଼ିକରେ ପାଣି ମିଶିବା ସହ ଡ୍ରେନ ପାଣି ଘରେ ଘରେ ଯୋଗାଣ ହେବାସହ କେତେକ ସ୍ଥାନରେ ରାସ୍ତା ଉପରେ ପାଣି ବାହାରୁଛି ଯାହା ଜନସାଧାରଣ ଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦପୂର୍ଣ୍ଣ ହେଉଛି।

ଉକ୍ତ ଗୁରୁତର ସମସ୍ୟା କୁ ନେଇ ଉଭୟ କାଉନସିଲର ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଙ୍କୁ ଭେଟି ତଦନ୍ତ  ସହ ତ୍ବରିତ ପଦକ୍ଷେପ ଓ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ବିଷୟକୁ ନେଇ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କାଉନସିଲର ଜଣାଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post