ବାଲେଶ୍ଵର ଛାତ୍ରୀଙ୍କ ଘଟଣା: ଏମ୍ସରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ବାଲେଶ୍ଵର ଛାତ୍ରୀଙ୍କ ଘଟଣା: ଏମ୍ସରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...


ଭୁବନେଶ୍ବର,୧୪/୦୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱର ଏମ୍ସ ଗସ୍ତ କରିଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ଏଫ୍.ଏମ୍. କଲେଜ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି । 

      Ad..

ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ସେ କହିଛନ୍ତି ପିଡିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି। ମୁଁ ତାଙ୍କ ପରିବାର ସହ ଭେଟିଲି। ଏହା ଅତି ଦୁର୍ଭାଗ୍ୟ ଜନକ ଘଟଣା। ପୀଡ଼ିତା ପରିବାରକୁ ସମବେଦନା ଦେଲି। ଏବେରେ ସମସ୍ୟା ଝିଅଟି ଜଟିଳ ଅବସ୍ଥାରେ ଅଛି।

      Ad..


ଡାକ୍ତରଙ୍କ ଆଲୋଚନା କଲି। ସେ ଶୀଘ୍ର ସୁସ୍ଥ ହୋଇଯାଉ। ଏହା ହିଁ ଆମ ଅପେକ୍ଷା। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହା ଭିତରେ ୨-୩ ଘଟଣା ଯୋଡି ହୋଇଅଛି। ପ୍ରଶାସନିକ ପକ୍ଷ, ଆଇନ ପକ୍ଷ, ଓ ମୁଁ ଯେହେତୁ କେନ୍ଦ୍ର ଶିକ୍ଷା ବିଭାଗ ଦାୟୀତ୍ବରେ ଅଛି। ମୁଁ ମଧ୍ୟ ନିଜକୁ ଗୋଟେ ପକ୍ଷ କରୁଛି। 

Ad..


ଆମ ସମାଜର ଅବସ୍ଥା ଏବେ କଣ ହେଲାଣି। ଶିକ୍ଷାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ କେଉଁ ଜାଗାରେ ପହଁଚିଲା। ଏହା ମୋତେ ଓଡ଼ିଆ ଅଭିଭାବକ ଭାବେ ଚିନ୍ତିତ କରିଛି। ରାଜ୍ୟ ସରକାର ଏହା ଉପରେ ଅତ୍ୟନ୍ତ ତ୍ବରିତ , ସ୍ପଷ୍ଟ ଓ କୋଠର ଆଭିମୁଖ୍ୟ ଦେଖାଇଛନ୍ତି।

ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପିଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ଅଧିକାରୀମାନେ ମଧ୍ୟ ତଦାରଖ କରୁଛନ୍ତି। ଏମ୍ସ ମଧ୍ୟ ଏହାର ଦାୟୀତ୍ବ ନେଇଛନ୍ତି। ଯାହା ଉଚିତ ପଦକ୍ଷେପ ହେବ ମୋର ଭରଷା ରାଜ୍ୟ ସରକାର ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ଆମକୁ ଶିକ୍ଷା ଜଗତରେ ଏବେ ଯେଉଁ ପ୍ରଶ୍ନ ଉଠିଛି ତାକୁ ସାମ୍ନା କରିବାର।

କେନ୍ଦ୍ରମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବର୍ତ୍ତମାନ ଏହାର ରାଜନୈତିକ ଉତ୍ତର ନ ଦେବା ମୁଁ ଉଚିତ ମନେ କରୁଛି। ଏବେ ଝିଅ ଯେଉଁ ଅବସ୍ଥାରେ ଅଛି ଆମ ପ୍ରଥମ ଦାୟିତ୍ବ ତାକୁ ଉତ୍ତମ ଚିକିତ୍ସା ଦେବା। ଏହା ଜଣେ ଅଭିଭାବକ ଭାବେ ଆମର ଦାୟୀତ୍ବ। ବାକି ରାଜନୀତି ଯାହାକୁ କରିବାର ଅଛି କରନ୍ତୁ। 

ଏପରି ଘଟଣା ଆମ ପାଇଁ ଅତ୍ୟନ୍ତ ଚିନ୍ତା ଜନକ ଓ ଗମ୍ଭୀର। ରାଜ୍ୟର ନେତୃତ୍ୱ ଓ ମୁଁ ସମସ୍ତେ ଏକାଠି ହୋଇଛୁ। ପରିସ୍ଥିତିକୁ ସାମ୍ନା କରିବା ପାଇଁ। ଏଥିରେ କିଛି ଲୁଚେଇବାର ନାହିଁ, ଦବେଇବାର ନାହିଁ ଓ କାହାକୁ ଛଡା ଯିବ ନାହିଁ। 

ଏହାକୁ ଏକ ଦୁର୍ଘଟଣା ହୋଇଛି। ଏହାକୁ କୋଠର ନିନ୍ଦା କଲେ କମ ହେବ। ଏଥିପାଇଁ ଆମକୁ ଦାୟିତ୍ୱରେ ଯୋଡିବାକୁ ହେବ। ମୁଁ ବି ଏଥିପାଇଁ ନିଜକୁ ଯୋଡିବାକୁ କହୁଛି।

ରାଜ୍ୟ ସରକାର ଠିକ୍ ପଦକ୍ଷେପ ନେଇଛନ୍ତି।ମୁଁ ଓଡ଼ିଆ ଅଭିଭାବକ ଭାବେ ଚିନ୍ତାର କଥା। ଆଜି ଅବକ୍ଷୟ ଓ ଅବନତି ହୋଇଛି ଏହାକୁ ଆମକୁ ସାମ୍ନା କରିବାକୁ ପଡିବ।



Edited by k.s thakur...

Post a Comment

Previous Post Next Post