ଏଫଏମ୍ କଲେଜ ଆଗରେ ବିଜେଡିର ବିକ୍ଷୋଭ, ଜୋର ଧରିଲା ମୁଖ୍ଯମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି...

ଏଫଏମ୍ କଲେଜ ଆଗରେ ବିଜେଡିର ବିକ୍ଷୋଭ, ଜୋର ଧରିଲା ମୁଖ୍ଯମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି...


ବାଲେଶ୍ବର,୧୪/୦୭ : ଛାତ୍ରୀଙ୍କୁ ନ୍ୟାୟ ପାଇଁ ଜାରି ରହିଛି ପ୍ରତିବାଦ । ବିଜେଡି ପକ୍ଷରୁ ଆଜି ବାଲେଶ୍ବର ଏଫଏମ୍ କଲେଜ ଆଗରେ ବିକ୍ଷୋଭ କରାଯାଇଛି । ବାଲେଶ୍ଵରର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଜୋରଦାର ପ୍ରତିବାଦ କରିଛି ଦଳ। 

      Ad..


ଏଫଏମ କଲେଜ ସାମ୍ନାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ସାଂସଦ, ବିଧାୟକଙ୍କ କୁଶପୁତ୍ତଳିକା ମଧ୍ଯ ଦାହ କରାଯାଇଛି। ତେବେ ଗେଟରେ ତାଲା ପକାଇ ଏହି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଗେଟ୍ ସାମ୍ନାରେ ଟାୟାର ଜାଳି ନ୍ୟାୟ ଦାବିରେ ରାସ୍ତାରେ ବସିଥିଲେ ଦଳୀୟ କର୍ମୀ । 

     Ad..


ଅପାରଗ ସରକାର ରାଜ୍ୟରେ କଲେଜ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ବୋଲି ବିଜେଡି କର୍ମୀ ଅଭିଯୋଗ ଆଣି ଉଭୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏଥିସହ ସମସ୍ତ ଦୋଷୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। 

    Ad..


ଗତକାଲି ମଧ୍ଯ ବାଲେଶ୍ବର ଘଟଣାରେ ରାଜଧାନୀରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ଭୁବନେଶ୍ବରକୁ ରାଜଧାନୀ ନିଆଁ ବ୍ୟାପିଥିଲା । ରାଜଧାନୀରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସରକାରଙ୍କୁ ଘେରିବା ସହ ମୁଖ୍ଯମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବି ହୋଇଥିଲା । 



Edited by k.s thakur...

Post a Comment

Previous Post Next Post