ଜମିରେ ଜମି ରହୁଛି ପାଣି, ପୋଲ ନିର୍ମାଣ ଦାବୀ...
ବଙ୍ଗୋମୁଣ୍ଡା,୨୨/୦୭ :ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁର୍ଷାଗୁଡା ପଞ୍ଚାୟତ ଟିଟିସିଲେଟ ଦେଇ ପକ୍କାସଡ଼କ ପଥ ଯାଇଛି।
Ad..
ଏହି ରାସ୍ତା ନିର୍ମାଣ ସମୟରେ ପାଣି ନିଷ୍କାସନ ପାଇଁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ କୌଣସି ବ୍ୟବସ୍ଥା କରିନଥିବାରୁ ଏବେ ଚାଷ ଜମିରେ ପାଣି ଜମି ରହୁଛି।
Ad..
ଟିଟିସିଲେଟ ବଳ ସୁନା ଙ୍କ ଜମିରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ କୌଣସି ପ୍ରକାର ଚାଷ ହୋଇପାରୁ ନାହିଁ।ଏଭଳି ସ୍ଥିତିରେ କିଭଳି ପରିବାରର ଗୁଜୁରାଣ ମେଣ୍ଟାଇବେ ଚିନ୍ତାରେ ପଡିଛନ୍ତି।
Ad..
ତୁରନ୍ତ ବିଭାଗୀୟ ଅଧିକାରୀ ତଥା ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ପୋଲ ନିର୍ମାଣ କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବୀ ହେଉଛି।
Edited by k.s thakur...




